ଘୁମୁସର ଜିଲ୍ଲା ଦାବୀ ଆନ୍ଦୋଳନ ରେ ବାହାରିଲା ଘୁମୁସର ରଥ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜରାଜବଂଶ ଙ୍କ ଆରଧ୍ୟ ଦେବୀ କୁଲାଡ଼ ବ୍ୟାଘ୍ରଦେବୀଙ୍କ ପୀଠ ରୁ ଘୁମୁସର ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ର ସଚେତନତା ରଥ ଵିଧି ବଦ୍ଧ ପୂଜାର୍ଚନା ଭିତରେ ଘୁମୁସର ବିକାଶ ପରିଷଦ ର ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ ସଦସ୍ୟ ପ୍ରକାଶ ସାହୁ, ପ୍ରଶାନ୍ତ ବିଷୋୟୀ ରବିନାରାୟଣ ସାମନ୍ତ ଓ ଭୁବନେଶ୍ୱର ଘୁମୁସରିଆ ଉନ୍ନୟନ ମଞ୍ଚ ର ସମ୍ପାଦକ ଅକ୍ଷୟ ପଟ୍ଟନାୟକ ଓ ତାଙ୍କ ସହକାରୀ ସୀମାଞ୍ଚଳ ,ପ୍ରକାଶ ସାହୁ, ପୁରୁଷୋତ୍ତମ ମହାପାତ୍ର, ଉଦୟ ନାଥ ପଣ୍ଡାଙ୍କ ନେତୃତ୍ୱ ରେ ଆରମ୍ଭ ହୋଇ କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କଲାପରେ ଜୟ ଘୁମୁସର ଧ୍ୱନି ଭିତରେ କୁଲାଡ଼ ବଡଦାଣ୍ଡ ରୁ ବାହାରି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରତି ଗାଁରେ ପହଁଚି ଥିଲା। ଘୁମୁସର ଜିଲ୍ଲା ଘୋଷଣା ନକରି ସରକାର ଘୁମୁସର ବାସୀଙ୍କୁ ଦୀର୍ଘ ୩୦ବର୍ଷ ଧରି କିପରି ଅବହେଳା କରି ଚାଲିଛନ୍ତି ବୋଲି ବକ୍ତବ୍ୟ ରଖି ଥିଲେ |ଆସନ୍ତା ନିର୍ବାଚନ ପୂର୍ବରୁ ଜିଲ୍ଲା ମାନ୍ୟତା ନ ମିଳିଲେ ଘୁମୁସର ବାସୀ ଭୋଟ ବର୍ଜନ ପରି ଚରମ ପଦକ୍ଷେପ କୁ ଆପଣେଇବେବାକୁ ବାଧ୍ୟ ହେବେ ବୋଲି ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି. ସ୍ଥାନୀୟ ନେତା କମ୍ରେଡ ରଂଜିତ ମିଶ୍ର ମଧ୍ୟ ଉଦବୋଧନ ଦେଇ ଥିବା ଜଣାପଡିଛି । ପ୍ରତିଗ୍ରାମରେ ଏହି ରଥ କୁ ମହିଳା ମାନେ ବନ୍ଦାପନା କରି ହୁଳହୁଳି ଧ୍ୱନି ଦେଇ ସ୍ୱାଗତ କରୁଥିବା, ଧାନ କଟାକଟି ଛାଡି ଚାଷୀ ମାନେ ମଧ୍ୟ ରଥ ପାଖରେ ଜମା ହୋଇ ନେତା ମାନଙ୍କ ଭାଷଣ ଶୁଣି ଉତ୍ସାହିତ ହେଉଥିବା ଲକ୍ଷ୍ୟ କରାଯାଇଥିଲା |ନେତାମାନେ ଆସନ୍ତା ୧୬ ତାରିଖ ଦିନ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ହେଉଥିବା ଗଣଧାରଣା ରେ ବହୁ ସଂଖ୍ୟା ଯୋଗ ଦେବାକୁ ମଧ୍ୟ ଆହ୍ୱାନ ଜଣାଇଛନ୍ତି |