ଘୁମୁସର ତାଲୁକା ବିଶ୍ଵକର୍ମା ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ବୁଗୁଡା,(ଅନିଲ କୁମାର ମହାରଣା):ଘୁମୁସର ତାଲୁକା ବିଶ୍ଵକର୍ମା ସମାଜ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ଜଣାପଡିଛି। ଗୁରୁବାର ଦିନ ଘୁମୁସର ତାଲୁକା ବିଶ୍ୱକର୍ମା ସମାଜ ପକ୍ଷରୁ ଉପସଭାପତି ଗୋପାଳ କୃଷ୍ଣ ମହାରଣା, କୋଷାଧ୍ୟକ୍ଷ ଗଣପତି ମହାରଣା, ଉପଦେଷ୍ଟା ଶରତ ଚନ୍ଦ୍ର ମହାରଣା ଓ ଦୁଃଖିଶ୍ୟାମ ମହାରଣା,ବୁଗୁଡା ମୁଠା ସଭ୍ୟ ବଳରାମ ମହାରଣା ପ୍ରମୁଖ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ