ଘୁମୁସର ବୈଷୟିକ ଉଚ୍ଚବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ବାଳିକା ଅତ୍ମରକ୍ଷା ତାଲିମ ଶିବିର

(ଯୁଗାବ୍ଦ ନ୍ୟୁଜ) ଘୁମୁସର ବୈଷୟିକ ଉଚ୍ଚବିଦ୍ୟାଳୟରେ ତିନିଦିନ ଧରି ବ୍ଲକସ୍ତରୀୟ ବାଳିକା ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ସମସ୍ତ ଉଚ୍ଚବିଦ୍ୟାଳୟ ର ଚାରି ଜଣ ଲେଖାଏଁ ଛାତ୍ରୀ ତାଲିମ ଗ୍ରହଣ କରିଥିଲେ । ପ୍ରତିଉଚ୍ଚ ବିଦ୍ୟଳୟରୁ ନବମ ଶ୍ରେଣୀ ର ୨ ଜଣ ଓ ଦଶମ ଶ୍ରେଣୀ ର ୨ ଜଣ ଲେଖାଏଁ ପି.ଇ.ଟି ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସହ ପ୍ରତି ବିଦ୍ୟଳୟ ର ୫ ଜଣ ଅଂଶ ଗ୍ରହଣ କରିଥିଲେ । ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା କୈଶଳ ଶିକ୍ଷା ଦିଆଯାଇଥିଲା  । ଏହି ବିଦ୍ୟଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମହୋଦୟ ଶ୍ରୀ ଚନ୍ଦ୍ରସନୁ ପାଢୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ଅଧ୍ୟପିକା ତନୁଜା ପୂଜାରୀ ମହାଶୟା ଉପସ୍ଥିତ ଥିଲେ । ପିଲାମାନଙ୍କୁ ୫ଟି ମନ୍ତ୍ର ପ୍ରଦାନ କରିଥିଲେ । ସାହାସ ଓ ଧୈର୍ଯ୍ୟ ର ସହିତ ପରିସ୍ଥିତି ର ମୁକାବିଲା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅରୁନ୍ଧତୀ ପ୍ରଧାନ , ଦୀପ୍ତିମୟୀ ସୁବୁଦ୍ଧି କେଶରୀ ନନ୍ଦନ ପ୍ରଧାନ , ଦୀପ୍ତି ସ୍ୱାଇଁ , ପ୍ରିୟଙ୍କା ବଳିଆର ସିଂହ , ରାଜେଶ୍ୱରୀ କଅଁସ,ଅଜ୍ଜୁନ ପଣ୍ଡା ତଥା ଶଙ୍କର୍ଷ୍ଟିତ୍ ପ୍ରହରାଜ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ