ଘୁମୁସର ର ସ୍ୱର  ପକ୍ଷରୁ ଏକଶତ ତମ ସାହିତ୍ୟ ଆସର

ବୁଗୁଡ଼ା (ଅନିଲ ମହାରଣା): ବୁଗୁଡା ବ୍ଳକ ଅନ୍ତର୍ଗତ ବାଲିପଦର ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ଏକଶତ ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ସମାଜସେବୀ ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ, ହିଞ୍ଜିଳିକାଟୁ ମହାବିଦ୍ୟାଳୟର ପ୍ରଧ୍ଯାପିକା ଡ଼କ୍ଟର ବିଷ୍ଣୁ ପ୍ରିୟା ପଣ୍ଡା, କବି ଅନନ୍ତ କର, ଶିକ୍ଷାବିତ୍ ଗୈାରୀ ଶଙ୍କର ମିଶ୍ର, ଭାସ୍କର ରାଉତ, ଗବେଷକ ଡ଼କ୍ଟର ବ୍ରଜ କିଶୋର ପାଢ଼ୀ ପ୍ରମୁଖ ଯୋଗଦେଇ ସାହିତ୍ୟ କ୍ଷେତ୍ରରେ ଭାଷାର ଆବଶ୍ୟକତା ଓ ଗଙ୍ଗାଧର ମେହେରଙ୍କ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । କୃଷି ଭିତ୍ତିକ ପର୍ବ ଗହ୍ମା ପୂର୍ଣ୍ଣିମା ସମ୍ପର୍କରେ ଆଲୋଚନାରେ ଖଲି ପରିଡା, ଚିତ୍ତରଞ୍ଜନ ଦାସ, ଇ.ନୀଳାଚଳ ପାତ୍ର, କାର୍ତ୍ତିକେଶ୍ବର ପ୍ରଧାନ, ବୃନ୍ଦାବନ ମହାନ୍ତି, କୈଳାଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଦ୍ଵିତୀୟ ଅଧିବେଶନ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ପ୍ରଶାନ୍ତ ଆଚାରୀ, ସୁଦର୍ଶନ ପାତ୍ର, ପୁର୍ଣ୍ଣଚନ୍ଦ୍ର ଭୋଳ, ଧୃବ ପାଣିଗ୍ରାହୀ, ଶ୍ରୀଧର ମିଶ୍ର, ବସନ୍ତ କୁମାର ବିଷୋୟୀ, ଲୋକନାଥ ସାହୁ, ସୂର୍ଯ୍ୟକାନ୍ତ ସାମନ୍ତରା, ଅଶ୍ବିନୀ କୁମାର ପାତ୍ର, ସନ୍ତୋଷ କୁମାର ରାଉତ, ଶ୍ରୀକାନ୍ତ ବେହେରା, ପୂଜା ରାଣୀ ଜେନା, ଦୀପ୍ତିମୟୀ ବଢେଇ, ପ୍ରିୟଙ୍କା ନାୟକ, ପୂଜାରାଣୀ ସ୍ବାଇଁ, ରାନୁ ଗୈାଡ, ଅନିତା ସାହୁ ପ୍ରମୁଖ ନିଜ ରଚିତ କବିତା ପାଠ କରିଥିଲେ। ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟ ର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ