ଘୁ. ନୂଆଗାଁ ରେ ମହାଆଡମ୍ବରରେ ଶୀତଳଷଷ୍ଠୀ ପାଳନ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଶ୍ରୀ ଶ୍ରୀ ଶ୍ରୀ ମୁକ୍ତେଶ୍ଵର ସ୍ୱାମୀ ଘୁମୁସର ନୂଆଗାଁ ରେ ଶୀତଳଷଷ୍ଠୀ ଯାତ୍ରା ମହାଆଡମ୍ବର ସହକାରେ ପାଳନହୋଇଯାଇଅଛି l ଦେବଦମ୍ପତିଙ୍କ ଏହି ପବିତ୍ର ବିବାହ ଉତ୍ସବ ଯଥାରୀତି ପାଳନ ହେବାପରେ ଆହୁରି ଅଧିକା ସ୍ମରଣୀୟ କରିବାପାଇଁ ଯୁବସମାଜସେବି ରସ୍ମିତ କୁମାର ପରିଡାଙ୍କ ଆହ୍ୱାନ କ୍ରମେ ମା ଦଣ୍ଡକାଳୀ ଯୁବକ ସଙ୍ଘ ସଂଯୋଜନା ରେ ଏକ ସାଂସ୍କୃତିକ ସଂଧ୍ୟା ଆୟୋଜନ କରାଯାଇଥିଲା l ଶୃଙ୍ଖଳାଗତ ଉପଯୁକ୍ତ ବ୍ୟବସ୍ଥା ଅନୁଯାଇ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଉଦଘାଟନ କରି ସଂସ୍କୃତି ପ୍ରତି ଯୁବଗୋଷ୍ଠୀ ଙ୍କ ଆବେଗକୁ ଭୁୟସୀ ପ୍ରଶଂସା କରିଥିଲେ, ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧକ୍ଷ ପ୍ରଶାନ୍ତ କୁମାର ନାୟକ ମୁଖ୍ୟବକ୍ତା ରୂପେ ଉପସ୍ଥିତ ରହି ପ୍ରତେକ ପରମ୍ପରା କୁ ଶୃଙ୍ଖଳା ସହିତ ପାଳନ କରିବାର ଆବଶ୍ୟକତା ରହିଛି ବୋଲି ଓଜସ୍ବି ମନ୍ତବ୍ୟ ରଖିଥଲେ l ବରିଷ୍ଠ ସଂଗଠକ ବିଜୁ ଜନତା ଦଳ ବ୍ଲକ ସଭାପତି ରାମେଶ୍ୱର ପାତ୍ର ଯୁବ ଗୋଷ୍ଠୀ ସମାଜ ପାଇଁ ପ୍ରେରଣା ଓ ଏହି ପ୍ରେରଣାର ସ୍ରୋତ ଏବଂ ସଂସ୍କୃତିର ଜାଗ୍ରତ ପ୍ରହରୀ ହେବାର ଆବଶ୍ୟକତା ରହିଛିବୋଲି ମତାମତ ରଖିଥିଲେ l 49ନଂ ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ ଉପସ୍ଥିତ ରହି ଯୁବ ସମାଜକୁ ଧନ୍ୟବାଦ ଦେଇଥିଲେ l ଶୀତଳଷଷ୍ଠୀର ଐତିହାସିକ ପୃଷ୍ଠଭୂମି ଓ ଜନସ୍ମୁତିର ଆଲେଖ୍ୟ ଉପରେ ରେସ୍ପଣ୍ଡ ଟ୍ରଷ୍ଟ ଅଧକ୍ଷ ସ୍ବସ୍ତି ସୁନ୍ଦର ସିଅ ଜନସମାଗମକୁ ସମ୍ବୋଧିତ କରିଥିଲେ l ଏହି ସାଂସ୍କୃତିକ ଉଦଘାଟନି ସଭାରେ ଗୋବରା ସମିତିସଭ୍ୟ ବିଭୁପାଦ ଜେନା ଯୁବ ସଭାପତି ଶିବରାମ ରାଉତ, ମଙ୍ଗଳପୁର ସରପଞ୍ଚ ପ୍ରତିନିଧି ଜ୍ୟୋତିରଞ୍ଜନ ଙ୍କ ସମେତ ଅନେକ ଵୟୋଜ୍ୟୋଷ୍ଠ, ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହିଥିଲେ, ମା ଦଣ୍ଡକାଳୀ ଯୁବକ ସଂଘ ସମ୍ପୂର୍ଣ ଆଯୋଜନ ଦାୟିତ୍ୱ ନିର୍ବାହ କରିଥିଲେ l ପ୍ରକାଶ ଥାଉକି ବିଗତ କିଛିଦିନ ନିଜ ଗାଁ କୁ ପଞ୍ଚାୟତ କୁ ରାଜନୈତିକ, ଅର୍ଥନୈତିକ, ସାମାଜିକ ପ୍ରଯୁକ୍ତିବିଦ୍ୟା, ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ଓ ଜାତୀୟ ସ୍ତରରେ ସ୍ୱତନ୍ତ୍ର ମାନ୍ୟତା ଦେବା ପାଇଁ ରସ୍ମିତ କୁମାର ପରିଡା ପ୍ରୟାସ ଜାରି ରଖିଛନ୍ତି l ବୁଦ୍ଧିଜୀବୀ ମହଲରେ ରସ୍ମିତ ଏହି ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ