ସଡକ ଦୁର୍ଘଟଣାରେ ପିଏଚଡ଼ି ଡ୍ରାଇଭର ମୃତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଥାନା ଅନ୍ତର୍ଗତ ଉଜ୍ୱଳଶ୍ୱରୀ ମନ୍ଦିର ନିକଟ ଜାତୀୟ ରାଜପଥ ଠାରେ ଏକ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଛି | ମୃତକ ଜଣକ ହେଲେ ଛତ୍ରପୁର ଉପଖଣ୍ଡ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟର ଡ୍ରାଇଭର ପି.ଲୋକନାଥ । ସୂଚନା ଥାଉକି ଆଜି ମଧ୍ୟାହ୍ନରେ ଓଡି ୦୭ ଏସି- ୦୭୦୮ ଅଫିସ ବୋଲର ଗାଡିରେ ଛତ୍ରପୁର ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଉଜ୍ୱଳଶ୍ୱରୀ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଫଳରେ ବଲୋର ଗାଡିଟି ଜାତୀୟ ରାଜପଥ ଠାରୁ ୧୦୦ ମିଟର ଦୂର ତଳକୁ ଖସି ଯାଇଥିଲା । ଏହି ଦୃଘଟଣା ରେ ବୋଲର ଚାଳକ ତଥା ପିଏଚଡ଼ି କାର୍ଯ୍ୟାଳୟର ଡ୍ରାଇଭର ପି. ଲୋକନାଥ ଗୁରୁତର ଆହତ ହୋଇଥିଲେ । ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସା ପାଈଁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କରି ମୃତ୍ୟୁ ହୋଇଥିଲା । ଛତ୍ରପୁର ଥାନା ପୁଲିସ ବୋଲର ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ