ଘୋଷ ଯାତ୍ରା ପାଇଁ ଜୋରସୋରରେ ପ୍ରସ୍ତୁତି ଚଲାଇଛି ଶ୍ରୀମନ୍ଦିର ପ୍ରଶାସନ

ନୁଆ ସରକାରଙ୍କ ପାଇଁ ଏବେ ବଡ ଚ୍ୟାଲେଞ୍ଜ ହୋଇଛି ଚଳିତ ବର୍ଷ ଘେଷ ଯାତ୍ରା । ଆଜି ପୁରୀରେ ତୃତୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବହୁ ଗୁରୁତ୍ୱପୁର୍ଣ୍ କଥା ଆଲୋଚନା ହୋଇଥିଲା । ଯଥା ଯାତ୍ରା ଦେଖିବାପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଅ ଶଙ୍ଖ କ୍ଷତ୍ରେ ପୁରୀରେ । ତାଙ୍କୁ କିପରି ସୁରକ୍ଷା ଯୋଗାଇ ଦିଆଯିବ ତା ଉପରେ ମୁଖ୍ୟତଃ ଫୋକସ କାଯାଇଥିଲା । ତାସହିତ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ଉପରେ ମନ୍ଦିର ପ୍ରଶାସନ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଏହା ସହିତ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ବର୍ଷାଦିନ ପାଖେଇ ଆସୁଥିବାରୁ ଆଗୁଆ ସ୍ୱାସ୍ଥ୍ୟ କର୍ମି ଉପସ୍ଥିତ ରହିବେ ବୋଲି ଆଲୋଚନା ହୋଇଥିଲା । ଫୋନୀ ଯୋଗୁଁ ପୁରୀ ସହରକୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ତାର ପୁନଃରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ଉଦ୍ୟମ କରୁଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ଜୁନ ୩୦ ତାରିଖ ସୁଦ୍ଧା ପୁରୀ ଜିଲ୍ଲାରେ ବିଦ୍ୟୁତ ଯୋଗାଣ ସ୍ୱଭାବିକ ହେବ ବୋଲି ବୈଠକରେ ସୁଚନା ଦେଇଛନ୍ତି ବରିଷ୍ଠ ଅଧିକାରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ