ଚକ୍ଷୁବାଧିତ ସୁକାନ୍ତି ପାଇଲେ ଭତ୍ତା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ଦେଉଳପଦୀ ଗ୍ରାମର ସୁରେନ୍ଦ୍ର ଜେନାଙ୍କ ଝିଅ ସୁକାନ୍ତି ଜନ୍ମରୁ ୭୦ଭାଗ ଚକ୍ଷୁବାଧିତ ଥିବାବେଳେ ବିଭିନ୍ନ ସରକାରୀ ସାହାର୍ଯ୍ୟରୁ ସେ ବଞ୍ଚିତ ହେଉଥିଲେ । ଏପରିକି ଚକ୍ଷୁବାଧିତ ପ୍ରମାଣପତ୍ର ପାଇ ସୁଦ୍ଧା ଭତ୍ତାରୁ ବଞ୍ଚିତ ଥିଲେ । ଏନେଇ ଗତ ୫ତାରିଖରେ ବିଭିନ୍ନ ଗଣମାଧ୍ୟମ ରେ  ଖବର ପ୍ରକାଶ ପାଇଥିଲା । ଖବରର ଗୁରୁତ୍ୱ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଭଣ୍ଡାରିପୋଖରୀ ବିଡିଓ ବିଜୟ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜୟନ୍ତୀଙ୍କ ସମ୍ପର୍କରେ ସାମାଜିକ ସୁରକ୍ଷା ବିଭାଗ ତଥ୍ୟ ସଂଗ୍ରହ କରିଥିଲା । ଭାରପ୍ରାପ୍ତ ଅଧିକାରୀ ରବିନାରାୟଣ ପାତ୍ର ଓ ସୁଧାଂଶୁ ପାଢୀ ସୁକାନ୍ତିଙ୍କ ବିଷୟରେ ସମସ୍ତ କାଗଜପତ୍ର ଅନଲାଇନ କରିବାର ୭୨ଘଣ୍ଟା ପରେ ତାଙ୍କୁ ଭତ୍ତା ପ୍ରଦାନ ପାଇଁ ସ୍ୱୀକୃତି ମିଳିଥିଲା । ତେଣୁ ବିଡିଓ ଶ୍ରୀ ସାହୁ ଆଜି ଦେଉଳପଦୀ ଗ୍ରାମକୁ ଯାଇ ସୁକାନ୍ତିଙ୍କୁ ତିନିମାସର ଅଗ୍ରୀମ ଭତ୍ତା ପ୍ରଦାନ କରିଛନ୍ତି । ପ୍ରଶାସନ ପକ୍ଷରୁ ଏଭଳି ଦୃଢ କାର୍ଯ୍ୟାନୁଷ୍ଠାନକୁ ଗ୍ରାମବାସୀମାନେ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ