ଚକ୍ଷୁ ସଚେତନତା ଓ ପରାମର୍ଶ ଶିବିର

ବ୍ରହ୍ମପୁର : ସେଂଟ ଭିନସେଂଟ କନଭେଂଟ ସ୍କୁଲ୍‌ରେ ଚକ୍ଷୁ ସଚେତନତା ଓ ପରାମର୍ଶ ଶିବିର ସାମାଜିକ ଅନୁଷ୍ଠାନ ବି ଏ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ସମାଜସେବୀ ସସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ସିଷ୍ଟର ମନ୍ଥି ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ । ବିଦ୍ୟାଳୟର ଉପସ୍ଥିତ ବହୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଆବଶ୍ୟକୀୟ ପରାମର୍ଶ ଡ଼ାକ୍ତରମାନେ ସମାଧାନ ନିମନ୍ତେ ଆବଶ୍ୟକୀୟ ପରାମର୍ଶ ଡ଼ାକ୍ତର ମାନେ ଦେଇଥିଲେ । ଏଥିରେ ସ୍ଥାନୀୟ ରୁବି ଚକ୍ଷୁ ଚିକିତ୍ସାଳୟର ଡ଼ାକ୍ତର ମାନେ ଉପସ୍ଥିତ ରହି ପରୀକ୍ଷା ଓ ପରାମର୍ଶ କାର୍ଯ୍ୟ ସମ୍ପାଦକ କରିଥିଲେ । ଆଗାମୀ ଦିନରେ ବିଭିନ୍ନ ଗରିବ ଓ ଅସହାୟ ଶିଶୁ ଚକ୍ଷୁ ସମ୍ବନ୍ଧିୟ ଯଦି କିଛି ଅସୁବିଧା ରହିଥାଏ ତା ହେଲେ ସମ୍ପୂର୍ଣ୍ଣ ମାଗଣାରେ ସେବା ଯୋଗାଇବା ନିମନ୍ତେ ବସି ଅଂଚଳରେ ଶିବିର ଆୟୋଜନ ନିମନ୍ତେ ଉଦ୍ୟମ ଜାରି ରହିଛି ବୋଲି ସମ୍ପାଦିକା ଶ୍ରୀମତୀ ସାହୁ କହିଛନ୍ତି । ଏଥିରେ ସ୍ମରଣୀ ପାତ୍ର, ଶୀଳା, ସନ୍ଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ