ଚତୁର୍ଥ ଦିନରେ ପହଞ୍ଚିଲା ଆମ ମେଡିକାଲ ଆମକୁ ଫେରାଅ ଗଣଧାରଣା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ପୁରୁଣା ମେଡିକାଲକୁ ସିଟି ହସପିଟାଲ କରିବା ଦାବିରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ରିଲେ ଗଣଧାରଣା ଚତୁର୍ଥ ଦିନରେ ପହଞ୍ଚିଛ ଗତ ୨୪ତାରିଖରୁ ଆରମ୍ଭ ହୋଇଥିବା ରିଲେ ଗଣଧାରଣାକୁ ବିଭିନ୍ନ ବର୍ଗ ଓ ବିଶିଷ୍ଟବ୍ୟକ୍ତି ମାନଙ୍କର ସମର୍ଥନର ସୁଅ ଛୁଟୁଛି । ବିଭିନ୍ନ ବିରୋଧୀ ରାଜନୈତିକ ଦଳର କର୍ମକର୍ତ୍ତା ସମର୍ଥନ ଦେଇଥିବା ବେଳେ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ସରକାର ଓ ଜିଲ୍ଲା ପ୍ରଶାସନର ମେଡିକାଲକୁ ଉଠାଇନେଇ ସମ୍ପୂର୍ଣ୍ଣ ଅଚଳ କରିଦେବାକୁ ବିରୋଧ କରି ଆନ୍ଦୋଳନରେ ସାମିଲ ହୋଇ ବକ୍ତବ୍ୟ ରଖିଥିଲେ । ସବୁଠାରୁ ଦୁର୍ଭାଗ୍ୟ ଜନକ କଥା ହେଉଛି ଅର୍ଭୁତପୂର୍ବ କେନ୍ଦ୍ରାପଡା ବନ୍ଦ ସଫଳ ହେବା ସହିତ ୪ଦିନଧରି ଆନ୍ଦୋଳନ ଚାଲିଥିଲେବି ଜିଲ୍ଲାର କୈାଣସି ଉଚ୍ଚ ପଦସ୍ଥ ଅଧିକାରୀ ବା ଜିଲ୍ଲାର କୈାଣସି ବିଧାୟକ ଓ ଲୋକ ପ୍ରତିନିଧି ଏପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଶାନ୍ତ୍ୱନା ଟିକିଏ ଦେଇ ନାହାନ୍ତି ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି । ବିଜୁବାବୁଙ୍କ କର୍ମକ୍ଷେତ୍ର ଓ ନବୀନବାବୁଙ୍କ ସ୍ୱପ୍ନର ଜିଲ୍ଲା ର ଦୂରାବସ୍ଥା ସମ୍ପର୍କରେ ଆଜିର ଆନ୍ଦୋଳନରେ ବକ୍ତାମାନେ ଅଭିଯୋଗ କରିଥିଲେ । ପୁରୁଣା ମେଡିକାଲରେ ସ୍ୱାସ୍ଥ୍ୟସେବା ଯୋଗାଇ ନଦେଲେ ଆନ୍ଦୋଳନ ଚାଲୁ ରହିବ ବୋଲି ବକ୍ତାମାନେ ସତର୍କ କରାଇ ଦେଇଥିଲେ । କେନ୍ଦ୍ରାପଡା ବାର ଆସୋସିଏସନର ପୂର୍ବତନ ସଭାପତି ବରିଷ୍ଠ ସିପିଏମ ନେତା ଉମେଶ ଚନ୍ଦ୍ର ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବରିଷ୍ଠ ନାଗରିକ ମଞ୍ଚର ସଭାପତି ଆଡଭୋକେଟ ଅକ୍ଷୟ କୁମାର ମହାନ୍ତି, ଆମ୍ବେଦକର କମିଟି ନେତା ରଞ୍ଜନ କୁମାର ମଲ୍ଲିକ, କାଉନସିଲର ରଶ୍ମୀତା ସିଂ, ଜୟନ୍ତୀ ପାଣି, ପୂର୍ବତନ କାଉନସିଲର ମୁକ୍ତାର ଖାଁ, ହିବଜୁର ରହେମାନ, ସୈାମେନ୍ଦ୍ର ପୃଷ୍ଟି, ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ସମ୍ପାଦକ ହେମନ୍ତ ଜେନା, ଆପର ଜିଲ୍ଲା ଆବାହକ ସନ୍ଦିପ୍ତ ଦାସ, ସିପିଏମ ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ,ବିଜୟ ଦାସ, ଦାଶରଥି ସାହୁ, ସାଗରିକା ଦାସ, ଅନନ୍ତ କୁମାର ସ୍ୱାଇଁ, ସେକ ହାପିଜୁଲ୍ଲା, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଆସନ୍ତା ୨୯ ଓ ୩୦ତାରିଖ ଦୁଇଦିନ ଧରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ଆସନ୍ତା ୩୦ତାରିଖ ସୋମବାର ଆନ୍ଦୋଳନ ପୂର୍ବବତ ଚାଲୁରହିବ ବୋଲି ଘୋଷଣା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ