ପୁସ୍ତକ ମେଳାର ୬ଷ୍ଠ ସନ୍ଧ୍ୟା ସାହିତ୍ୟ ଆସର ଓ କବିସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ୬ଷ୍ଠ ସନ୍ଧ୍ୟାରେ ମୌସୁମୀ ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଏକ ସାହିତ୍ୟ ସଭା ଓ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ପ୍ରଫେସର ନନ୍ଦକିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ କବୟିତ୍ରୀ ଅନ୍ନପୂର୍ଣ୍ଣା ମହାନ୍ତି, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ସରୋଜ କୁମାର ମହାନ୍ତି, କବି ପ୍ରେମାନନ୍ଦ ଖଣ୍ଡୁଆଳ, ମୌସୁମୀର ସମ୍ପାଦକ ପ୍ରାଧ୍ୟାପକ ଡଃ. ଶ୍ରୀଧର କୁମାର ସାମଲ ପ୍ରମୁଖ ଯୋଗଦେଇ କାବ୍ୟ କବିତାର ଗଠନମୂଳକ ସର୍ଜନା ସମାଜକୁ ସକାରତ୍ମକ ଦିଗକୁ ଅନୁପ୍ରେରିତ କରେ ବୋଲି ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । ପ୍ରାରମ୍ଭରେ କେମର ସଭାପତି ଇଂ ଅକ୍ଷୟ କୁମାର ପାଣି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ କବି ଶୈଳଜା ଶଙ୍କର ସାମଲ, ଚାରୁଲତା ଭୂୟାଁ ଓ ଡଃ. ନଳିନୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ୩୦ରୁ ଉର୍ଦ୍ଧ୍ୱର୍ କବି ଯୋଗଦେଇ ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଅକ୍ଷୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ସ୍ଥାନୀୟ ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ରଙ୍ଗାରଙ୍ଗ ଶାସ୍ତ୍ରୀୟ ନୃତ୍ୟ ସଙ୍ଗିତ ପରିବେଷଣ କରାଯାଇଥିଲା । ଅପରାହ୍ନରେ କେମ୍‌ର ସାଂସ୍କୃତିକ ସମ୍ପାଦକ ହିମାଂଶୁ ଦାସଙ୍କ ସଂଯୋଜନାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପିଲାମାନଙ୍କ ମଧ୍ୟରେ କବିତା ଆବୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାକୁ କେମ୍‌ର ସଦସ୍ୟ ଧର୍ମଦର୍ଶୀ କର, ସମ୍ବିତ ଶ୍ରୀଚନ୍ଦନ, ସଦିପ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ