ଚତୁର୍ଥ ବାର୍ଷିକରେ ଏଲ୍.ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ
ବ୍ରହ୍ମପୁର- ଶୁକ୍ରବାର ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ଏଲ୍.ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ତରଫରୁ ଚତୁର୍ଥ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଗୋପାଳପୁର ବିଧାୟକ ପ୍ରଦିପ କୁମାର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ରବି ରଥ ଯୋଗ ଦେଇ ଚକ୍ଷୁ ଅନୁଷ୍ଠାନ ତରଫରୁ ଡକ୍ଟର ବର୍ଷା ରାଠୀ,ଭିଏସ୍ ଜୋଜି ପ୍ରସାଦ,ଡକ୍ଟର ସୁଜାତା ଦାସ,ଡକ୍ଟର ଅରବିନ୍ଦ ରୟ, ଡକ୍ଟର ରଜନୀ ରଂଜନ,ଡକ୍ଟର ରାଘବେନ୍ଦ୍ର ରାଓ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଏଲ୍.ଭି ପ୍ରସାଦ ସେବା କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ଏହା ସହ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା ।