ଚନ୍ଦନ ହେଲେ ସହକାରୀ ପବ୍ଲିକ ପ୍ରସିକୁ୍ୟଟର

ହାଟଡିହି, (ବିକାଶ ବିଶ୍ୱାଳ ) : ଚନ୍ଦନ କୁମାର ସ୍ୱାଇଁ ହାଟଡିହି ଜେଏମଏଫସି କୋର୍ଟର ସହକାରୀ ପବ୍ଲିକ ପ୍ରସିକୁ୍ୟଟର ଭାବେ ନିଯୁକ୍ତି ପାଇଛନ୍ତି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଚିଠି ନଂ-୨୫୩୬୦ରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ଏଥିପାଇଁ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଜଜ ଓ ସେସନ୍ସ କୋର୍ଟର ପବ୍ଲିକ ପ୍ରସିକୁ୍ୟଟର ଅଶ୍ୱିନୀ କୁମାର ମଲ୍ଲିକ, ସରକାରୀ ଓକିଲ ପ୍ରଦୀପ କୁମାର ଜେନା, ହାଟଡିହି ଜେଏମ ଏଫସି କୋର୍ଟର ସରକାରୀ ଓକିଲ ସୁରଥ କୁମାର ମଲ୍ଲିକ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ