ଚନ୍ଦ୍ରଭାଗାରେ ମାଘ ମେଳା ଓ ବୁଡ଼
ସନ୍ତୋଷ କୁମାର ଦାଶ
ପ୍ରତିବର୍ଷ ମାଘ ମାସ ଶୁକ୍ଲ ସପ୍ତମୀ ତିଥି ରେ ଚେଇଁ ଉଠେ ଚନ୍ଦ୍ରଭାଗା।ଜନାକୀର୍ଣ୍ଣ ହୋଇପଡ଼େ କୋଣାର୍କ ବେଳାଭୁମି। କାଳର କରାଳ ଗତିରେ ନିଜ ଅସ୍ତିତ୍ବ ହରାଇଥିବା ପୁରାଣ ଓ ଇତିହାସ ପ୍ରସିଦ୍ଧ ଚନ୍ଦ୍ରଭାଗା ନଦୀ ଓ ଅର୍କ ତିର୍ଥ ସୁନା ହାର ଟେ ପରି ଝଟକି ଉଠେ ସେ ଦିନ। ସରକାର ଙ୍କ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ପୁଷ୍କରିଣୀ ଓ ମହୋଦଧି ରେ ବୁଡ଼ ପକାଇଥାନ୍ତି ଦେଶ ଓ ବିଦେଶ ର ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ।ଚନ୍ଦ୍ରଭାଗା ରେ ସେଦିନର ସୂର୍ଯ୍ୟୋଦୟ ସତରେ ଅଭୁଲା ଓ ଅବି ସ୍ମରଣୀୟ। କୋଣାର୍କ କୁ ବିଭିନ୍ନ ପୁରାଣ ଓ ଗ୍ରନ୍ଥ ରେ ଅର୍କକ୍ଷେତ୍ର ବୋଲି କୁହାଯାଇଛି। କିମ୍ବଦନ୍ତୀ ଅନୁସାରେ ପୁର୍ବରୁ ଏହି ସ୍ଥାନ ର ନାମ ମୈତ୍ରୟବନ ଥିଲା। ଏଠାରେ ଅର୍କାସୁର ନାମକ ଏକ ଦୈତ୍ୟ କୁ ସୂର୍ଯ୍ୟ ନାରାୟଣ ବଧ କରିଥିଲେ। ଏଣୁ ଏ ଅଞ୍ଚଳ ର ନାମ ଅର୍କ କ୍ଷେତ୍ର ହୋଇଛି। ପ୍ରାଚୀ ମାହାତ୍ମ୍ୟ ପୋଥି ରୁ ଜଣାପଡ଼େ ଯେ, ଭଗବାନ ଶ୍ରୀ କୃଷ୍ଣ ଙ୍କ ପୁତ୍ର ଶାମ୍ବ ପିତୃ ଅଭିଶାପ ପାଇ କୁଷ୍ଠରୋଗରେ ଆକ୍ରାନ୍ତହୋଇଥିଲେ।
ତ୍ରିକାଳଦର୍ଶୀ ଦେବର୍ଷି ନାରଦ ଙ୍କ ପରାମର୍ଶ ଅନୁସାରେ ଶାମ୍ବ ମୈତ୍ରୟ ବନ କୁ ଆସି ଏକ ଆଶ୍ରମ ରେ ରହି ଚନ୍ଦ୍ରଭାଗା ତୀର୍ଥ ରେ ବୁଡ଼ ପକାଇ ସୂର୍ଯ୍ୟ ନାରାୟଣ ଙ୍କୁ ସ୍ତୁତି କରିବା ରେ ଲାଗିଲେ। ଶାମ୍ବ ଯେଉଁ ଦିନ ଏଠାରେ ପହଞ୍ଚି ପ୍ରଥମେ ସୂର୍ଯ୍ୟ ନାରାୟଣ ଙ୍କୁ ସ୍ତୁତି କଲେ ସେ ଦିନ କୁ ଓଡ଼ିଆ ଙ୍କ ଘରେ ଘରେ ଶାମ୍ବ ଦଶମୀ ଭାବେ ପାଳନ କରାଯାଏ।
ଦୀର୍ଘ୨୧ଦିନ ଶାମ୍ବ ଏପରି ତ୍ରୀବେଳା
ଚନ୍ଦ୍ରଭାଗା ତୀର୍ଥ ରେ ବୁଡ଼ ପକାଇ ସୂର୍ଯ୍ୟ ନାରାୟଣ ଙ୍କୁ ସ୍ତୁତି କରିବା ପରେ ସୂର୍ଯ୍ୟ ନାରାୟଣ ତାଙ୍କ ଭକ୍ତି ଓ ନିଷ୍ଠାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଏହି ମାଘ ମାସ ଶୁକ୍ଲ ସପ୍ତମୀ ତିଥି ରେ ଦର୍ଶନ ଦେଇ କୁଷ୍ଠ ରୋଗରୁ ମୁକ୍ତି କରିଥିଲେ ଓ ତାଙ୍କ ପୂର୍ବ ରୂପ ଲାବଣ୍ୟ ଫେରାଇ ଦେଇଥିଲେ।ଏହି ଦିନ ପ୍ରାତଃ ରେ ଶାମ୍ବ ଚନ୍ଦ୍ରଭାଗା ତୀର୍ଥ ରେ ବୁଡ଼ ପକାଇବା ସମୟ ରେ ସୂର୍ଯ୍ୟ ନାରାୟଣ ଙ୍କ ଏକ
ମଣି ବିଗ୍ରହ ପାଇଥିଲେ। ସେ ସୂର୍ଯ୍ୟ ନାରାୟଣ ଙ୍କ ମଣି ବିଗ୍ରହ କୁ ଏଠାରେ ସ୍ଥାପନା କରି ଭାରତବର୍ଷ ରେ ପ୍ରଥମ କରି ସୂର୍ଯ୍ୟ ନାରାୟଣ ଙ୍କ ବିଗ୍ରହ ପୂଜା ଆରମ୍ଭ କରିଥିଲେ। ଶାମ୍ବ ଙ୍କ ସୂର୍ଯ୍ୟ ନାରାୟଣ ଙ୍କ ପୂଜା ଆରମ୍ଭ ଦିନ ବା ଶାମ୍ବ ଦଶମୀ ଦିନ ଏଠାରେ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ମାଘ ସପ୍ତମୀ ଦିନ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଥାଏ।
ଏହି ତିଥି ରେ ଚନ୍ଦ୍ରଭାଗା ତୀର୍ଥ ରେ ବୁଡ଼ ପକାଇ ସୂର୍ଯ୍ୟ ନାରାୟଣ ଙ୍କୁ ଦର୍ଶନ କଲେ ଶରୀର ରୋଗ ମୁକ୍ତ ହେବା ସହିତ ସର୍ବ ପାପ ରୁ ମୁକ୍ତି ମିଳିଥାଏ ବୋଲି କପିଳ ସଂହିତାରେ ବର୍ଣ୍ଣିତ ହୋଇଛି। ମହାମୁନୀ ଶୁକଦେବ ଏଠାରେ ତପସ୍ୟା କରି ଯୋଗାଚାରୀ ପୁରୁଷ ରେ ପରିଣତ ହୋଇଥିଲେ ବୋଲି ଜନଶ୍ରୁତି ରହିଛି। ଚଣ୍ଡିପୁରାଣ ରେ ଚନ୍ଦ୍ରଭାଗାକୁ ଗୁପ୍ତ ଗଙ୍ଗା ନାମ ରେ ଅବିହିତ କରାଯାଇଛି। ଏହି ଦିନ ଚନ୍ଦ୍ରଭାଗା ତୀର୍ଥ ରେ ବୁଡ଼ ପକାଇ ଉଦିତ ସୂର୍ଯ୍ୟ ଙ୍କୁ ଦର୍ଶନ କଲେ ଚନ୍ଦ୍ର ଙ୍କ ତୁଲ୍ୟ ରୂପ ଲାବଣ୍ୟ ପ୍ରାପ୍ତ ହୋଇଥାଏ ଓ ସମସ୍ତ
ରୋଗ ବ୍ୟାଧି ରୁ ମୁକ୍ତି ମିଳିଥାଏ ବୋଲି ଚଣ୍ଡି ପୁରାଣ ରେ ବର୍ଣ୍ଣିତ ହୋଇଛି। କୋଣାର୍କ ଓ ଚନ୍ଦ୍ରଭାଗା ସ୍ଥାନର ଭୌଗଳିକ ସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୂର୍ଯ୍ୟ ନାରାୟଣ ଙ୍କ ଉଦୟ, ଅସ୍ତ ଓ ଗତି ସହିତ ଏହି ସ୍ଥାନ ର ବିଶେଷ ସମ୍ପର୍କ ରହିଛି।ମାଘ ମାସ ଶୁକ୍ଲ ସପ୍ତମୀ ତିଥି ରେ ଚନ୍ଦ୍ରଭାଗା ତୀର୍ଥ ରେ ବୁଡ଼ ପକାଇ ସୂର୍ଯ୍ୟ ନାରାୟଣ ଙ୍କୁ ଦର୍ଶନ କଲେ
ଲକ୍ଷେ ଥର ଗଙ୍ଗା ସ୍ନାନ ର ପୁଣ୍ୟ ମିଳିବା ସହିତ ଆଉ ପୁନଃ ଜନ୍ମ ହୁଏ ନାହିଁ ବୋଲି ବିଭିନ୍ନ ପୁରାଣ ରେ ବର୍ଣ୍ଣିତ ହୋଇଛି। ଚନ୍ଦ୍ରଭାଗା ରେ ମାଘ ମେଳା କୁ ନେଇ ଏକ ଲୋକ କଥା ମଧ୍ୟ ରହିଛି। ପୁରୀ ର ଜଣେ ଗଜପତି ଙ୍କର ସନ୍ତାନ ସନ୍ତତି ନ ହେବାରୁ ସେ ଚିନ୍ତିତ ରହୁଥିଲେ। କିପରି ସେ ସନ୍ତାନ ସୁଖ ପାଇ ପାରିବେ ସେ ନେଇ ରାଜ ସଭା ର ପଣ୍ଡିତ ମଣ୍ଡଳୀ କୁ ଡ଼କାଇ ଏକ ବୈଠକ ଅନୁଷ୍ଠିତ କରିଥିଲେ। ପଣ୍ଡିତ ଓ ବିଦ୍ୱାନ ମଣ୍ଡଳୀ ନିଜ ନିଜ ମଧ୍ୟରେ ବିଚାର ବିମର୍ଶ କରିବା ପରେ ଗଜପତି ଙ୍କୁ ଜଣାଇଥିଲେ ଯେ,ଚନ୍ଦ୍ରଭାଗା ମୁହାଁଣ ଠାରେ ଗଙ୍ଗା ନଦୀ ର ମିଳନ ଘଟାଇ ସେହି ଶୁଦ୍ଧ ଜଳ ରେ ସ୍ନାନ କଲେ ପୁତ୍ରଲାଭ ହୋଇ ପାରିବ। ଗଜପତି ପୁଣି ଚିନ୍ତା ରେ ପଡ଼ିଲେ। ଗଙ୍ଗା ନଦୀ ର ଜଳ ଏଠାକୁ କିପରି ଆସିବ। ପୁଣି ବିଦ୍ୱାନ ମଣ୍ଡଳୀ ର ସହାୟତା ନେଲେ। ବହୁ ଆଲୋଚନା,ପର୍ଯ୍ୟାଲୋଚନା ପରେ ଏକ ସିଦ୍ଧାନ୍ତ ନିଆଗଲା। ଯେହେତୁ ପ୍ରଭୁ ଶିବ ଶମ୍ଭୁଙ୍କ ମସ୍ତକ ରେ ଗଙ୍ଗା ଦେବୀ ରହିଥାନ୍ତି ସେହେତୁ ଯଦି ଶିବ ଶମ୍ଭୁ ଠାକୁର ପ୍ରଥମେ ଚନ୍ଦ୍ରଭାଗା ତୀର୍ଥ ରେ ବୁଡ଼ ପକାଇବେ ତାହେଲେ ଗଙ୍ଗା ନଦୀ ସହିତ ଚନ୍ଦ୍ରଭାଗା ତୀର୍ଥର ମିଳନ ହୋଇ ପାରିବ। ତାପରେ ରାଜ ଦମ୍ପତି ବୁଡ଼ ପକାଇଲେ ସନ୍ତାନ ପ୍ରାପ୍ତି ହୋଇ ପାରିବ। ତଦନୁସାରେ ନିକଟସ୍ଥ ଶମ୍ଭୁ ତ୍ରିବେଣୀଶ୍ୱର, ଇଶାଣେଶ୍ୱର, ଦକ୍ଷିଣେଶ୍ୱର ଠାକୁର ଙ୍କୁ ଏଠାକୁ ଆଣି ପ୍ରଥମେ ବୁଡ଼ ପକାଇବା ପରେ ଗଜପତି ଓ ତାଙ୍କ ପତ୍ନୀ ବୁଡ଼ ପକାଇ ସୂର୍ଯ୍ୟ ନାରାୟଣ ଙ୍କୁ ଦର୍ଶନ କରିଥିଲେ। ଏହାପରେ ତାଙ୍କର ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥିଲା। ସେହି ଦିନ ଠାରୁ ଚନ୍ଦ୍ରଭାଗା ତୀର୍ଥରେ ପ୍ରଥମେ ତ୍ରି ଦେବ ଶମ୍ଭୁ ବୁଡ଼ ପକାଇବା ପରେ ଶ୍ରଦ୍ଧାଳୁ ଭକ୍ତମାନେ ବୁଡ଼ ପକାଇବା ପରମ୍ପରା ଚାଲି ଆସୁଛି। ଚନ୍ଦ୍ରଭାଗା ର ମାଘ ମେଳା ପୁରୀ ଜିଲ୍ଲାର ଦ୍ଵିତୀୟ ବଡ ଯାତ୍ରାର ମାନ୍ୟତା ପାଇଛି। ଜୟ ସୂର୍ଯ୍ୟ ନାରାୟଣ।।
ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮।