ଚନ୍ଦ୍ରଭାଗା ବୈଠକ ଓ ଦିବଂଗତଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ

ବାଲେଶ୍ୱର, (ସରୋଜ ପଣ୍ଡା):ଗତ ଦୁଇବର୍ଷ ମଧ୍ୟରେ ମହାମାରୀ କରୋନା ଜନିତ ଭୟାବହ କାରଣରୁ ଚନ୍ଦ୍ରଭାଗୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ବ୍ୟତିକ୍ରମ ହୋଇଥିଲାବେଳେ ଆଗାମୀ ୩୨/୩୩ ବର୍ଷର ପ୍ରସ୍ତାବିତ ‘ଚନ୍ଦ୍ରଭାଗା ଫେଷ୍ଟିଭାଲ୍‌’ରେ ସପ୍ତାହବ୍ୟାପୀ ଚୂଡ଼ାନ୍ତ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ ହୋଇଛି ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ କବି ଶ୍ରୀଦେବ ସୂଚନା ପ୍ରଦାନ କରିଛନ୍ତି । ଉତ୍ସବର ବରିଷ୍ଠ ଉପଦେଷ୍ଟା ଶ୍ରୀମତୀ ଅନସୂୟା ନାୟକଙ୍କ ପୌରୋହିତ୍ୟରେ ଏବଂ ପ୍ରବୀଣ ଆଇନଜୀବୀ ଉପଦେଷ୍ଟା ପର୍ଶୁରାମ ପ୍ରଧାନଙ୍କ ସଂଚାଳନାରେ ସ୍ଥାନୀୟ ଷ୍ଟେସନ କ୍ଲବ୍‌ସ୍ଥ ସଭାଗୃହରେ ସର୍ବପ୍ରଥମେ ‘ଚନ୍ଦ୍ରଭାଗା’ ସହ ଜଡ଼ିତ ପରଲୋକଗତ ବିଶିଷ୍ଟ ବ୍ୟକ୍ତିତ୍ୱ ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦାସ, ନାଟ୍ୟକାର ରଣଜିତ୍ ପଟ୍ଟନାୟକ, ଶାଲାବୁଢ଼ା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ଅଟଳବିହାରୀ ପଣ୍ଡା, ଅଭିନେତା ନିର୍ଦ୍ଦେଶକ ଡ. ପଞ୍ଚାନନ ମିଶ୍ର, ଉପଦେଷ୍ଟା ବିଶିଷ୍ଟ ଡାକ୍ତର ପ୍ରଫୁଲ୍ଲ ଆଚାର୍ଯ୍ୟ, ପ୍ରଶାସନିକ ଅଧିକାରୀ ପିତାମ୍ବର ପତ୍ରୀ, ଡାକ୍ତର କୁନାନନ୍ଦ ଗିରି, ପ୍ରବୀଣ ରାଜନେତା ଅରୁଣ ଦେ, ଗୋପନାରାୟଣ ଦାସ, ଶିଳ୍ପପତି ହିମାଂଶୁ ଦାସ, ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆ, କବି ଅଶୋକ କୁମାର ମହାନ୍ତି, କବି-ବିଧାୟକ ବିଷ୍ଣୁ ସେଠୀ, ଚିତ୍ରଶିଳ୍ପୀ ବ୍ୟଙ୍ଗକାର କିଶୋର ରଥ (କଟାକ୍ଷ), ଅଭିନେତା କରୁଣାକର ସାହୁ, ସଦସ୍ୟ ଉମାକାନ୍ତ ଲେଙ୍କା, ସତ୍ୟନାଥ ମାଝୀ (ବାବୁଲି), ସଚିନ୍ଦ୍ର ଦାସ, ଅନୁଷ୍ଠାନର ଘନିଷ୍ଠ ସଦସ୍ୟ ପରେଶ କୁମାର ଗାୟନ, ଚଳଚ୍ଚିତ୍ର ପ୍ରଯୋଜକ ଅଭିନେତା ସୁମନ୍ତ ଦେ, ଶିଳ୍ପପତି ଅମିତ୍ ବେହେରା, ଶିଶୁ ସାହିତ୍ୟିକ ଅନୁବାଦକ ବିନୟ କୁମାର ଦାସ ଏବଂ ଅନ୍ୟତମ ସଦସ୍ୟ ସାଥୀ ଏମ୍‌.କେ.ଡି. ମଜୁମ୍‌ଦାର ପ୍ରମୁଖଭ୍‌କ ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା ପୂର୍ବକ ଦିବଂଗତ ଆତ୍ମାମାନଙ୍କ ସଦ୍‌ଗତି କାମନା କରାଯାଇଥିଲା । ୩୨/୩୩ ବର୍ଷର ପ୍ରୋକ୍ତ ଫେଷ୍ଟିଭାଲ୍‌ରେ ପୁନର୍ବାର ୧୭ତମ ସର୍ବଭାରତୀୟ  ମହାବିଦ୍ୟାଳୟସ୍ତରୀୟ ବହୁଭାଷୀ କ୍ଷୁଦ୍ରନାଟକ ପ୍ରତିଯୋଗିତା ଏବଂ ୨୭ବର୍ଷର ବାଲେଶ୍ୱର ବହିମେଳା ଅନୁଷ୍ଠିତ ହେବା ସହ ରାଜ୍ୟର ବିଭିନ୍ନ ସ୍କୁଲ୍‌, କଲେଜ୍ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିବର୍ଷ ପରି ‘ନାଚ୍‌’ ଅନୁଷ୍ଠାନ ସହଭାଗିତାରେ ଟେଲେଣ୍ଟ୍ ହଣ୍ଟିଂ (ପ୍ରତିଭା ଅନ୍ୱେଷଣ) କାର୍ଯ୍ୟକ୍ରମ ହେବାର ନିଷ୍ପତ୍ତି ନିଆଯାଇଛି । ଏହାବ୍ୟତୀତ ଦୀର୍ଘଦିନ ପ୍ରତୀକ୍ଷମାଣ ‘ଚନ୍ଦ୍ରଭାଗା’ ପତ୍ରିକାର ମୁକ୍ତିଲାଭ ସହ ‘ଚନ୍ଦ୍ରଭାଗା’ ସଦସ୍ୟଙ୍କ ଦ୍ୱରା ଏକ ନାଟିକା ପ୍ରଦର୍ଶିତ ହେବାର କଳ୍ପନା କରାଯାଇଛି । ଏହି ଅବସରରେ ବରିଷ୍ଠ ଉପଦେଷ୍ଟା ଡ. ଭାଗବତ ପାଣିଗ୍ରାହୀ, କମଳଲୋଚନ ଦାଶ, ଆଶୀଷ ଚକ୍ରବର୍ତ୍ତୀ, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଡ. ଶଶିକାନ୍ତ ମହାନ୍ତି, ଅରୁଣାଂଶୁ ପାଣିଗ୍ରାହୀ, ଅବନୀ କୁମାର ଜେନା, ବିଶ୍ୱଜିତ୍ କାନୁନ୍‌ଗୋ, କୁଞ୍ଜମଣି ସ୍ୱାଇଁ, ଆଲୋକ ଦାସ, ଜୟନ୍ତ ହଂସରାଜ, ତନ୍ମୟ ସାହୁ, ଅଂଜନ ଚାନ୍ଦ ଏବଂ ଷ୍ଟେସନ୍ କ୍ଲବ୍‌, ବାଲେଶ୍ୱରର ସଭାପତି ଗିରିଜା ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂପର୍କିତ ମତାମତା ରଖିଥିଲେ । ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ