ଚମାଖଣ୍ଡି ଛକର ସମସ୍ତ ପରିବାର ପକ୍ଷରୁ ଜିଲ୍ଲାପାଳ ଓ ଏସ୍ପିଙ୍କ ଠାରେ ଫେରାଦ

ଛତ୍ରପୁର(ଯୁଗାବ୍ଦ ନୁୃ୍ୟଜ ) : , ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକରେ ଦୀର୍ଘ ୫୦ ବର୍ଷ ଧରି ବସବାସ କରି ଆସୁଥିବା ପରିବାରଙ୍କୁ ସେହି ସ୍ଥାନରୁ ହଟିବା ପାଇଁ ଚମାଖଣ୍ଡି ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ଧମକାଉଥିବା ନେଇ ଅଭିଯୋଗ ହୋଇଛି । ଚମାଖଣ୍ଡି ଗ୍ରାମର କିଛି ବ୍ୟକ୍ତିଙ୍କ ନେତୃତ୍ୱରେ ପ୍ରାୟ ଶତାଧିକ ଲୋକେ ଚମାଖଣ୍ଡି ଛକରେ ରହୁଥିବା ୨୦୦ ପରିବାରଙ୍କୁ ଏଭଳି ଧମକ ଦିଆଯାଇଛି । ପୂର୍ବରୁ ମଧ୍ୟ ଏପରି ଧମ ଦେଇଥିବାରୁ ତତ୍କାଳୀନ ଚମାଖଣ୍ଡି ଥାନା ଅଧିକାରୀ ସ୍ୱର୍ଗତ ଅଶୋକ କୁମାର ପରିଡା ଏହାର ସମାଧାନ କରିଥିଲେ । ପୁଣି ଗତକିଛି ଦିନ ହେଲା ଚମାଖଣ୍ଡି ଛକ ବାସିନ୍ଦାଙ୍କୁ ସେଠାରୁ ହଟିବା ପାଇଁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜୋରଦାର ଧମକ ହେଉଛି । ଏନେଇ ଗତକାଲି ଚମାଖଣ୍ଡି ଛକର ସମସ୍ତ ପରିବାର ଚମାଖଣ୍ଡି ଥାନା ଅଧିକାରୀ ସହଦେବ ମହାପାତ୍ରଙ୍କ ଠାରେ ଅଭିଯୋଗ କରିଥିଲେ । ପରେ ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଗଞ୍ଜାମ ଏସ୍ପି ବ୍ରିଜେଶ୍ କୁମାର ରାଏ, ଏସ୍ଡିପିଓ ଉକ୍ରଳ କେଶରୀ ଦାଶ ଏବଂ ଅତିରିକ୍ତ ତହସିଲଦାର ଛବିରାଣୀ ସାହୁଙ୍କୁ ସମସ୍ତ ପରିବାର ଭେଟି ସେମାନଙ୍କ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ସଠିକ୍ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆମ୍ଭମାନଙ୍କୁ ସ୍ଥାୟୀ ଭାବେ ଜୀବନ ଯାପନ କରିବା ପାଇଁ ସୁଯୋଗ ଦିଆଯିବା ପାଇଁ ଫେରାଦ ଜଣାଇଥିଲେ । ଚମାଖଣ୍ଡି ଛକର ବସବାସ କରୁଥିବା ପରିବାରର ସଦସ୍ୟମାନେ କହିବାନୁସାରେ, ସେମାନେ ଆଜକୁ ପ୍ରାୟ ୫୦ ବର୍ଷ ହେଲା ଛକରେ ଘରେ କରି ରହିଆସୁଛନ୍ତି । ପୂର୍ବତନ ବିଧାୟକ ତଥା ସାଂସଦ ସ୍ୱର୍ଗତ ଲକ୍ଷ୍ମଣ ମହାପାତ୍ର ଆମ୍ଭମାନଙ୍କୁ ଏଠାରେ ଥଇଥାନ କରିବା ପାଇଁ ଜାଗା ଖଣ୍ଡିଏ ଲେଖାଁଏ ପ୍ରଦାନରେ ସହଯୋଗ କରିଥିଲେ । ସେବେଠାରୁ ଏହି ଜାଗାର ରହିବା ସହ ସରକାରୀ ଖଜଣା ଦେଇଆସୁଛୁ ଏବଂ କିଛି ପରିବାର ପଟ୍ଟା ମଧ୍ୟ ପାଇଛନ୍ତି । ଅନେକ ପରିବାର ପଟ୍ଟା ପାଇଁ ଆବେଦନ କରିଛନ୍ତି । ସେହିପରି ଚମାଖଣ୍ଡି ଛକର କମିଟି ଗଠନ କରି ନିଜ ନିଜର ସମସ୍ୟାର ସମାଧାନ କରି ଆସୁଛୁ । ମୁଷ୍ଟିମେୟ ବ୍ୟକ୍ତିଙ୍କ ଦ୍ୱାରା ଏଭଳି ଧମକ ଚମକ ଦାଉରୁ ରକ୍ଷା କରିବା ପାଇଁ ଆଜି ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲୁ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ