ଚମାଖଣ୍ଡି ପଞ୍ଚାୟତରେ ରେ ସଫେଇ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ ସ୍ୱଛତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି l ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ ସହ ପ୍ଲାଷ୍ଟିକ କୁ ନା ଉଦେଶ୍ୟରେ ଜନ ସାଧାରଣ ଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନତା କରାଯିବା ସହ ସମସ୍ତ ବର୍ଗର ଲୋକମାନେ ଏଥିରେ ସାମିଲ ହୋଇ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି l ଏହି ପରିପ୍ରେକ୍ଷୀରେ ସୋମବାର ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତର ସୀତାରାମପୁର ଗ୍ରାମକୁ ପ୍ଲାଷ୍ଟିକ ମୁକ୍ତ କରିବା ନିମନ୍ତେ ଏକ ସଫେଇ କାର୍ଯ୍ୟକ୍ରମ ସ୍ଥାନୀୟ ସରପଞ୍ଚ ସି ଏଚ ମନୋଜ ରେଡ୍ଡୀ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏମବିକେ କେ. ମାଧୁରୀ ରେଡ୍ଡୀ, ସ୍ୱଚ୍ଛ ସହାୟିକା କୁମାରୀ ସୁସ୍ମିତା ପ୍ରଧାନ, ଭିଏଲଡବ୍ଲୁ ସନ୍ତୋଷ କୁମାର ବେହେରା ଙ୍କ ସମେତ ବହୁ ସ୍ୱୟଂ ସହାୟିକା ଗୋଷ୍ଠୀ ର ମା ମାନେ, ବହୁ ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ