ଚାଇନା ମିଟର ବ୍ୟବହାର ଉପରେ ରୋକ ଲଗାଇଲେ ଯୋଗୀ ସରକାର

ଲକ୍ଷ୍ନୌ: ଗଲୱାନାରେ ଚୀନ ସେନା ଆକ୍ରମଣରେ ଭାରତର ୨୦ ଜଣ ଯବାନ ସହିଦ ହେବା ପରେ ଭାରତର ଚୀନ ବିରୋଧୀ ମନୋଭାବ ବୃଦ୍ଧି ପାଇଛି । ଦେଶର ବିଭିନ୍ନ ଭାଗରେ ଚୀନ ନିର୍ମିତ ସାମଗ୍ରୀର ବର୍ଜନ କରିବାକୁ ଅଭିଯାନ ଆରମ୍ଭ କରାଯାଉଛି । ଏହି କ୍ରମରେ ୟୁପିର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ବିଦ୍ୟୁତ ବିଭାଗ ଦ୍ୱାରା ଚାଇନା ମିଟର ବ୍ୟବହାର କରାଯିବା ଉପରେ ରୋକ ଲଗାଇଛନ୍ତି । ସେହିପରି କେତେ ସଂଖ୍ୟକ ଚାଇନା ମିଟର କିଣିବାକୁ ପୂର୍ବରୁ ଅର୍ଡର ଦିଆଯାଇଥିଲା ଏବଂ କେତେ କମ୍ପାନୀଙ୍କୁ ଏଥିପାଇଁ ଠିକା ଦିଆଯାଇଛି । ସେ ସମ୍ପର୍କିତ ତଥ୍ୟ ଯୋଗାଇବାକୁ ବି ସରକାର ବିଦ୍ୟୁତ ବିଭାଗକୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ