ଚାଇଲ୍ଡ ଲାଇନ୍ ସେ ଦୋସ୍ତି କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଭାରତ ସ୍ୱେଛାସେବୀ ଅନୁଷ୍ଠାନର ଚାଇଲ୍ଡ ଲାଇନ ପକ୍ଷରୁ ଗରାପୁରସ୍ଥିତ ରେସୱା ସ୍ୱାଧାରେ ଗୃହ ପରିସରରେ ‘ଚାଇଲ୍ଡ ଲାଇନ ସେ ଦୋସ୍ତି’ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ‘ଭାରତ’ ଅନୁଷ୍ଠାନ ଏବଂ ଚାଇଲ୍ଡ ଲାଇନର ନିର୍ଦେଶକ ଉଦୟନାଥ ବେହେରାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ, ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ରେସୱାର ସଦସ୍ୟ ଭୀମସେନ ଭୂୟାଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉାତ୍ସବକୁ ଉଦଘାଟନ କରିଥିଲେ । ଏଥିରେ ଶିଶୁ ମଙ୍ଗଳ ସମିତିର ସମସ୍ତ ସଦସ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କାଉନସେଲର, ରେସୱାର କର୍ମକର୍ତ୍ତା ଓ ଚାଇଲ୍ଡ ଲାଇନର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ‘ଚାଇଲ୍ଡ ଲାଇନ ସେ ଦୋସ୍ତି’ର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଏଥିରେ ୫୦ଜଣ ଶିଶୁଙ୍କୁ ନେଇ ଝୋଟି, ବକ୍ତୃତା ଓ ରୋଲ ପ୍ଲେ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅବହେଳିତ ଶିଶୁମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ଉଦେଶ୍ୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରତ୍ୟେକ ବର୍ଷ ଏକଲକ୍ଷରୁ ଅଧିକ ଶିଶୁ ବନ୍ଧୁ ସୃଷ୍ଟି କରିବା ସହିତ ଗୋଷ୍ଠି ସଚେତନତା ଓ ସହଭାଗିତା କରିବା ଏହାର ଉଦେଶ୍ୟ । ଶେଷରେ ଚାଇଲ୍ଡ ଲାଇନର ସଂଯୋଜିକା ବାଣୀପ୍ରିୟା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ମୀନତି ମହାରଣା, ମୀନାଲତା ନାୟକ, ସ୍ମୃତିରେଖା ଚୈାଧୁରୀ, ସନ୍ଦିପ ସିଂ, ରିଚା ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ