ଶ୍ରୀ ବଳଦେବ ଜୀୟୁଙ୍କ ମନ୍ଦିରରେ ମୋବାଇଲ ଫୋନ,କ୍ୟାମେରା ନିଷେଧ ପାଇଁ ଉପଜିଲ୍ଲାପାଳଙ୍କ ପ୍ରତିଶୃତି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀୟୁଙ୍କ ମନ୍ଦିର ପରିସରରେ ମୋବାଇଲ ଫୋନ ଓ କ୍ୟାମେରା ବ୍ୟବହାରକୁ ନିଷେଧ କରାଯିବା ସହିତ ବ୍ୟବହାରକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ନିରଞ୍ଜନ ବେହେରା ପ୍ରତିଶୃତି ଦେଇଛନ୍ତି । ସାମାଜିକ ସଂଗଠନ ବଳଦେବସେନା ପକ୍ଷରୁ ଏନେଇ ଶ୍ରୀବଳଦେବଜୀୟୁ ଦେବୋତ୍ତର ଟ୍ରଷ୍ଟ ବୋର୍ଡର ସଭାପତି ତଥା ଉପଜିଲ୍ଲାପାଳଙ୍କ ନିକଟରେ ପୂର୍ବରୁ ଅଭିଯୋଗ କରାଯାଇଥିଲା । ଏଥିସହିତ ସେନା ପକ୍ଷରୁ ଜିଲ୍ଲାପାଳ, ୫-ଟି ସଚିବ, ସଂସ୍କୃତି ମନ୍ତ୍ରୀ, ସଂସ୍କୃତି ସଚିବ ଓ ସଂସ୍କୃତି ନିର୍ଦେଶକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଏହାପରେ ଚଳିତମାସ ୧୦ତାରିଖରେ ଦେବୋତ୍ତର କମିଶନରଙ୍କୁ ଭେଟି ଏସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଏହା ସତ୍ୱେବି ଗତ ୧୩ତାରିଖ ରାତିରେ ମନ୍ଦିର ପରିସରରେ ଜନୈକ ଦମ୍ପତ୍ତିଙ୍କ ଫଟୋ ସୁଟ କରାଯାଇଥିଲା ଯାହା ଭକ୍ତମାନଙ୍କ ଭାବାବେଗକୁ ଆଘାତ ଦେବା ସହ ମନ୍ଦିରର ପରିବେଶ ଓ ପବିତ୍ରତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେନା ପକ୍ଷରୁ କୁହାଯାଇଛି ଯେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଭିଡିଓ ସୁଟିଂ ନିମନ୍ତେ ୫ଶହ ଟଙ୍କା ଓ ଚଳଚିତ୍ର ସୁଟିଂ ପାଇଁ ଏକ ହଜାର ଟଙ୍କାର ରସିଦ ଦିଆଯାଉଛି ଯାହାକି ମହାପ୍ରଭୁଙ୍କ ମନ୍ଦିରରେ ଆଦୈା ଗ୍ରହଣୀୟ ନୁହେଁ । ମଙ୍ଗଳବାର ବଳଦେବସେନା ପକ୍ଷରୁ ତୃତୀୟ ଥର ପାଇଁ ଉପଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ପରେ ଆସନ୍ତା ବୈଠକରେ ଏସମ୍ପର୍କରେ ଆଲୋଚନା କରାଯାଇ ଶ୍ରୀଜୀୟୁଙ୍କ ମନ୍ଦିର ପରିସରକୁ ମୋବାଇଲ ଫୋନ ଓ କ୍ୟାମେରା ନିଷେଧ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିବା ଜଣାପଡିଛି । ସେନାର ସଭାପତି ପପୁନ କୁମାର ସ୍ୱାଇଁ, ଉପସଭାପତି ନିରଞ୍ଜନ ସୁଆର, ସମ୍ପାଦକ ଅମର କୁମାର ବାରିକ, ଉପଦେଷ୍ଟା ନିରଞ୍ଜନ ମେକାପ, ଜ୍ୟୋତିରଞ୍ଜନ ପତ୍ରୀ, ଖଗେଶ୍ୱର ବେହେରା, ଉମେଶ ବେହେରା, ଆଶିଷ ପ୍ରଧାନ, ପ୍ରତିକ ଅନୁରାଗ ଦାସ, ଆଶୁତୋଷ ପଣ୍ଡା, ଶାରଦା ପ୍ରସାଦ ସାମନ୍ତରାୟ ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ ସହ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ