ଚାନ୍ଦିପୁଟ ଇନ୍ଦିରା ସ୍ମୃତି ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ
ମୋହନା- ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଇନ୍ଦିରା ସ୍ମୃତି ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବ ଉଦଘାଟିତ ହୋଇଯାଇଛି । କଲେଜ ପରିଚାଳନା ସମିତିର ସଭାପତି ତଥା ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକଙ୍କ ଅଧକ୍ଷତାରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରେଜିଓନାଲ ଡ଼ାଇରେକ୍ଟର ଡ଼. ଲଷ୍ମୀକାନ୍ତ ତ୍ରିପାଠୀ ଯୋଗଦେଇ କଲେଜର ବିକାଶ ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଥିବା କହିଛନ୍ତି । ସମ୍ମାନିତ ଅତିଥି ଭାବେ ଆସିଷ୍ଟାଣ୍ଟ ରେଜିଓନାଲ ଡ଼ାଇରେକ୍ଟର ଡ଼. ବିଶ୍ବମ୍ବର ନାଥ ଷଡ଼ଙ୍ଗୀ , ନରେନ୍ଦ୍ରପୁର କଲେଜ ପ୍ରାଧ୍ୟାପକ ଧରଣୀଧର ପଣ୍ଡା , ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ଓ ବିଡ଼ିଓ ବଂଶୀଧର ଖୋସଲା ପ୍ରମୁଖ ଯୋଗଦେଇ ଥିଲେ ।କଲେଜର ଉନ୍ନତି ପାଇଁ ଅନେକ ଲୋକଙ୍କ ଆଶୀର୍ବାଦ ରହିଥିବାବେଳେ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କଲେଜର ଯୁକ୍ତ ୩ ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ , ଯୁକ୍ତ ୨ ଅଧକ୍ଷ ଡ଼. କିଶୋର ଚନ୍ଦ୍ର ସାହୁ କହିଥିଲେ । ଆସନ୍ତା ତିନି ଦିନ ଧରି ହେବାକୁ ଥିବା ଏହି ଉତ୍ସବରେ କଲେଜର ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କ।ର୍ଯ୍ୟକ୍ରମ ପରିବେଶଷଣ କରାଯିବ । ଅଧ୍ୟାପକ ପ୍ରଦୀପ ପାଣିଗ୍ରାହୀ କାର୍ୟ୍ୟକ୍ରମ ସଂଯୋଜନା କରିଥିବା ବେଳେ ଡ଼. ସନ୍ୟାସୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ୟ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ ।