ଚାରିଛକ ଅଞ୍ଚଳରୁ ୩ ନବାଳକ ଉଦ୍ଧାର
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ୩ ଜଣ ନାବାଳକକୁ ଚାରିଛକ ବଜାରରୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପୋଲିସ ଜିମା ଦେଇଛନ୍ତି । ସୂଚନା ମୁତାବକ ବିହାର ଅଂଚଳର କିଛି ନାବାଳକ କାକଟପୁରରେ ରେ ଏକ ମାଦ୍ରାସାରେ ରହି ପାଠ ପଢୁଥିଲେ । ପିଲାମାନଙ୍କ ଅଭିଯୋଗ ମୁତାବକ ମାଦ୍ରାସା ସ୍କୁଲରେ ତାଙ୍କୁ ମାରଧର କରିବା ସହ ନିର୍ଯ୍ୟାତନା ଦିଆ ଯାଉଥିଲା । ମାଡ ସହିନପାରି ଗତକାଲି ରାତିରେ ୩ ଜଣ ନାବାଳକ ସେଠାରୁ ଖସି ଆସିଥିଲେ । ଚାରିଛକ ଠାରେ କିଛି ଲୋକ ପିଲାମାନଙ୍କୁ ରାସ୍ତା ଉପରେ ଯାଉଥିବା ଦେଖି ସ୍ଥାନୀୟ ପୋଲିସ କୁ ଖବର ଦେଇଥିଲେ । ଚାରିଛକ ଥାନା ପୋଲିସ ଚାରିଛକ ବଜାରରୁ ସେହି ୩ ଜଣ ନାବାଳକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରା ଉଚରା କରିବାପରେ ସେମାନେ ବିହାର ଅଂଚଳର ବୋଲି ଜଣା ପଡିଛି । ନାବାଳକ ୩ଜଣ ହେଲେ ମହମ୍ମଦ ମୁମତାସିର (୧୪), ମହମ୍ମଦ ମତାଲିଭ (୧୪), ମହମ୍ମଦ ଫିରୋଜ (୧୪) । ନାବାଳକ ତିନିଜଣଙ୍କୁ କାକଟପୁର ଥାନାକୁ ଚାରିଛକ ଥାନା ପୋଲିସ ହସ୍ତାନ୍ତର କରିଥିବା ଜଣାପଡିଛି ।


