ଟୁକୁନା ମହାନ୍ତଙ୍କୁ ହାଟଡିହି ମଣ୍ଡଳର ପ୍ରଭାରୀ ଦାୟିତ୍ୱ
ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅଧୀନ ହାଟଡିହି ମଣ୍ଡଳର ପ୍ରଭାରୀ ଭାବେ ଟୁକୁନା ମହାନ୍ତଙ୍କୁ ନିଯୁକ୍ତି ଦିଆ ଯାଇଛି। ଶ୍ରୀ ମହାନ୍ତ ପ୍ରଭାରୀ ଦାୟିତ୍ୱ ନେବା ପରେ ଆଜି ବିଜେପି କାର୍ଯ୍ୟାଳୟ ଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଜେପି ନେତା ଆଲୋକ ସେଠୀ, ତୃପ୍ତିମୟୀ ଜେନା, ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନୀ, ନିତ୍ୟାନନ୍ଦ ପହି, ସୁନୀଲ ନାୟକ, ନିକୁଞ୍ଜ ବିହାରୀ ଓଝା, ରୁଦ୍ର ପ୍ରସାଦ ଜେନା, ସୁଶାନ୍ତ ଜେନା, ଜଗତ ଜୀବନ ରାମ ଗୋଲାମ ଦେବତା, ସୁବୋଧ ଆୟଚ, ବସନ୍ତ ନାୟକଙ୍କ ସମେତ ଅନେକ ବିଜେପି ଜର୍ଯ୍ୟକର୍ତ୍ତା ଉପସ୍ଥିତ ରହି ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଦଳ ତାଙ୍କୁ ଯେଉଁ ସମୟରେ ଯେଉଁ ଦାୟିତ୍ୱ ଦେଇଛି ସେ ସୁଚାରୁରୂପେ ନିର୍ବାହ କରିଛନ୍ତି ବୋଲି କହିଛନ୍ତି।


