ଚାରି ଗୋଟି ବିଦ୍ୟାଳୟରେ ପୋଷାକ ବଣ୍ଟନ

ବୁଗୁଡା (ଅନିଲ ମହାରଣା): ବୁଗୁଡା ବ୍ଲକର ମାଣିତରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟ, ମକରାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଣିତରା ବନ୍ଧସାହି ପ୍ରାଥମିକ ବିଦ୍ୟାଳୟ ଓ ଭୋଗଡା ପ୍ରାଥମିକ ବିଦ୍ୟାଳୟରେ ଏପ୍ରିଲ ୧୭ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ସମସ୍ତ ସ୍କୁଲରେ ଅନୁଷ୍ଠିତ ପୋଷାକ ଓ ଜୋତା ବଣ୍ଟନ ମେଳାରେ ମୁଖ୍ୟ ଅତିଥି ଭାବେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଯୋଗଦେଇ ମେଳା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ବ୍ଲକ ଶିକ୍ଷକ ସଙ୍ଘ ସଭାପତି ସୁରେନ୍ଦ୍ର ଜେନା ଓ ସିଆରସିସି ଭବାନୀ ପାତ୍ର ମେଳାରେ ଯୋଗଦେଇଥିଲେ। ମଙ୍ଗରାଜପୁର ସ୍କୁଲର ମେଳାରେ ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଏସଏମସି ଅଧ୍ୟକ୍ଷ ଭିକାରୀ ପ୍ରଧାନ ଓ ଉପାଧ୍ୟକ୍ଷା ଶାନ୍ତି ନାୟକ ଏବଂ ଚନ୍ଦ୍ର ଶେଖର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ବୃନ୍ଦ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ମକରାପଲ୍ଲୀ ସ୍କୁଲରେ ପ୍ରଧାନ ଶିକ୍ଷକ ନିରାକାର ନାୟକ ମେଳାରେ ଅଧ୍ୟକ୍ଷତାକରିଥିବା ବେଳ ଅତିଥି ବୃନ୍ଦ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ଶିକ୍ଷକ ଜୟନ୍ତ ପଟ୍ଟନାୟକ ଏବଂ ଶିକ୍ଷୟିତ୍ରୀ ସୌମିତ୍ରୀ ସାହୁ ଓ ରିତା ନାୟକ ମେଳା ପରିଚାଳନାରେ ସହଯୋଗ କରିଥିଲେ। ମାଣିତରା ବନ୍ଧସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ହରେକୃଷ୍ଣ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ, ଶିକ୍ଷାବିତ ଅନିଲ କୁମାର ମହାରଣା, ସ୍କୁଲର ସଭାପତି ଦେବେନ୍ଦ୍ର ଜେନା,ସନ୍ତୋଷ କୁମାର ପ୍ରଧାନ ଅତିଥି ଭାବେ ଯୋଗଦେଇଥିଲେ। ଛାତ୍ରଛାତ୍ରୀଙ୍କୁ ସମସ୍ତ ଅତିଥି,ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ, ଶିକ୍ଷୟିତ୍ରୀ ରୁନି ସାହୁ ଓ ସୁଚିସ୍ମିତା ପ୍ରଧାନ ଏବଂ ଅଭିଭାବକ ବୃନ୍ଦ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ଭୋଗଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଦର୍ଶନ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଖଦାଳ ଖଟେଇ, ବବୁଲ ନାୟକ, ଅନିଲ କୁମାର ମହାରଣା, ସମଲାଇ ସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ବିଶ୍ବାଳ, ମଙ୍ଗରାଜପୁର ସ୍କୁଲ ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିବା ବେଳେ ଶିକ୍ଷୟିତ୍ରୀ ସୁଜାତା ସାହୁ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସେନାପତିଙ୍କ ସମେତ ସମସ୍ତ ଅତିଥି ବୃନ୍ଦ ଛାତ୍ରଛାତ୍ରୀଙ୍କୁ କରୋନା ନିୟମ ମାନିବା ସହ ଘରେ ରହି ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ