ଚାରୀ ଜୁଆଡି ଗିରଫ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ବଡ ବଜାର ପୋଲିସ କୈାଣସି ଏକ ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ସଦଳବଳେ ଜଗବନ୍ଧୁ ସାହିର ବନ୍ଧ ହୁଡା ନିକଟରେ ଚଢାଉ କରି ୪ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୧୨ ହଜାର ଟଙ୍କା ଜବତ କରିଛି ।ମିଳିଥିବା ଖବର ଅନୁସାରେ ଜୁଆ ଆଡ୍ଡା ଚାଲୁଥିବା ପୋଲିସ ଖବର ପାଇ ସାଧା ପୋଷାକରେ ଅତର୍କିତ ଚଢାଉ କରିଥିଲେ । ଚଢାଉ ସମୟରେ ଖୋଲା ସ୍ଥାନ ହୋଇଥିବାରୁ ଘଟଣା ସ୍ଥଳରୁ କିଛି ଡିଆଁ ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ କିଛି ଜୁଆଡି ପୋଖରିକୁ ଡେଇଁ ଚାଲିଯାଇଥିଲେ । ସେହି ପରି ବୈଦନାଥପୁର ପୋଲିସ ବଣ୍ଡା ରାଜୁ ଏବଂ ଅନ୍ୟ କିଛି ଜୁଆଡିଙ୍କ ନାମରେ ଥାନାରେ ମାମଲା ରୁଜୁ କରି ଅଟକ ରଖିଛି । ବ୍ରହ୍ମପୁର ପୋଲିସ ତରଫରୁ ଜୁଆ ଆଡ୍ଡା ଚଢାଉ ବ୍ୟବସ୍ଥାକୁ ଜୋରଦାର କରି ଥିବା ବେଳେ ପୋଲିସ କିଛି ଜୁଆଡକୁ ଗିରଫ କରି ଥାନାରେ ଅଟକ ରଖିଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ଖେଳାଳି ମାନେ ଜୁଆଆଡ୍ଡା ଲୁଚାଛପାରେ ଚାଲିଥିବା ଦେଖିବାକୁ ମିଳିଛି । ଜୁଆ ଆଡ୍ଡା କୁ ସଂମ୍ପୂର୍ଣ୍ଣ ରୋକିବା ଦିଗରେ ପୋଲିସ ଞ୍ଜଞ୍ଜଞ୍ଜଞ୍ଜଞ୍ଜଞ୍ଜବିଭିନ୍ନ ସ୍ଥାନରେ ଚଢାଉ ଜୋରଦାର କରାଯାଇଛି ।