ଚାରୀ ଲୁଟେରା ଗିରଫ
ବ୍ରହ୍ମପୁର , ( ଯୁଗାବ୍ଦ ନ୍ୟୁଜ୍) ଗଞ୍ଜାମ କବିସୂର୍ଯ୍ୟନଗର ପୋଲିସକୁ ମିଳିଛି ସଫଳତା । ଲୁଟେରା ମାନେ ବିଭିନ୍ନ ସ୍ଥାନରୁ ଲୁଟ ପାତ କରି ଘଟଣା ସ୍ଥଳରୁ ଫେରାର ହୋଇଯାଉଥିବାବେଳେ ପୋଲିସ ତରଫରୁ ଆଜି ୪ ଜଣ ଲୁଟେରାକୁ ଗିରଫ କରାଯାଇଛି । ଗିରଫ ଲୁଟେରାଙ୍କ ଠାରୁ ୧୮ ଟି ବାଇକ ସମେତ ଗୋଟିଏ ବୋଲୋର ଜବତ କରାଯାଇଛି । ଲୁଟେରା ମାନେ ଲୁଟ କରିଥିବା ଗାଡି ଗୁଡିକ ଭୂବନେଶ୍ୱର ଓ ଖୋର୍ଦ୍ଧା ଅଂଚଳର ବୋଲି ଜଣାପଡିଛି । ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରୀ ରଖିଛି ।