ଚାଲାଣକାରୀକୁ ଦେବା ପାଇଁ ବସକୁ ଅପେକ୍ଷା କରିଥିବା ବେଳେ ଗଞ୍ଜେଇ ଜବତ,୨ ଗିରଫ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶ ପ୍ରକାରେ ଅନ୍ୟ ଏକ ମାମଲାର ତଦନ୍ତ ପାଇଁ ଅବକାରୀ ବିଭାଗର କର୍ମଚାରୀମାନେ ଯାଉଥିବା ବେଳେ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ କାଳିପଙ୍ଗା ଛକରେ ବସକୁ ଅପେକ୍ଷା କରିଥିବା ୨ ଜଣ ବ୍ୟକ୍ତିଙ୍କୁ ସନ୍ଦେହରେ ତନଖୀ ବେଳେ ସେମାନଙ୍କଠାରୁ ୨୧ କେଜି ଗଞ୍ଜେଇ ଜବତ କରିଛନ୍ତି। ଏହି ଘଟଣାରେ ଅବକାରୀ ବିଭାଗ ୨ ଜଣକୁ ମଧ୍ୟ ଗିରଫ କରିଛି । ୨ଟି ଅଖାରେ କେଜିକିଆ ପ୍ୟାକେଟ୍ କରି ସେମାନେ ଚାଲାଣ ପାଇଁ କାଳିପଙ୍ଗା ଛକରେ ଅପେକ୍ଷା କରିଥିବା ବେଳେ ପୁଲିସ୍ ସନ୍ଦେହରେ ପଚରା ଉଚରା କରିଥିଲା। ଗିରଫମାନେ ହେଲେ କାଳିପଙ୍ଗା ଅଞ୍ଚଳର ପାଇକ ସାହୁ ଓ ପଲସପଦର ଗ୍ରାମର ବିଦୂର ନାୟକ ବୋଲି ଅବକାରୀ ଏସ୍ଆଇ ଅଜୟ କୁମାର ବେହେରା ସୂଚନା ଦେଇଛନ୍ତି। ଏନେଇ କେସ ନଂ ୭ା୨୦ରେ ଏକ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ