ଚାଷୀଙ୍କୁ କ୍ଷତିପୂରଣ ଦାବିରେ ଏଆଇକେକେଏମଏସ ର ଦାବିପତ୍ର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଅଲ ଇଣ୍ଡିଆ କିଷାନ କ୍ଷେତ ମଜୁଦର ସଂଗଠନର ନାଉଗାଁ ବ୍ଲକ କମିଟି ପକ୍ଷରୁ ୫ଦଫା ସମ୍ବଳିତ ଦାବିପତ୍ର ନାଉଗାଁ ବିଡିଓଙ୍କୁ ଗୁରୁବାର ପ୍ରଦାନ କରାଯାଇଛି । ବ୍ଲକ କମିଟି ସଭାପତି ମହେଶ୍ୱର ଦାସ ଓ ସଂପାଦକ ବସନ୍ତ ମଲ୍ଲିକଙ୍କ ନେତୃତ୍ୱରେ କୋକିଢିଅ ଛକରୁ ସାଇକେଲ ଶୋଭାଯାତ୍ରାରେ ବାହାରି ନାଉଗାଁ ବଜାର ଦେଇ ବ୍ଲକ କାର୍ଯ୍ୟାଳୟରେ ପହଁଚିଥିଲେ । ବ୍ଲକ କାର୍ଯ୍ୟାଳୟରେ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କ ଅନୁପସ୍ଥିତ ହେତୁ ଉକ୍ତ ଦାବିପତ୍ରକୁ ଅତିରିକ୍ତ ବିଡିଓ ଦେବେନ୍ଦ୍ର ପ୍ରଧାନଙ୍କୁ ପ୍ରଦାନ କରିଥିଲେ । ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଓ ଭାଗଚାଷୀଙ୍କୁ ଏକର ପିଛା ୨୦ ହଜାର ଟଙ୍କା ଲେଖାଁଏ କ୍ଷତିପୂରଣ ପ୍ରଦାନ , କ୍ଷତିଗ୍ରସ୍ତ ବିରି ଓ ପରିବା ଚାଷୀଙ୍କୁ ମାଗଣା ବିହନ ସାର ଓ କିଟନାଶକ ଯୋଗାଣ ,ବାଉଁଶଯୋରୀରୁ ଉଦବୃତ ଜଳ ନିଷ୍କାସନ ପାଇଁ ଡିହତେଲସରାର ସ୍ଲୁଇସ ଗେଟ ସମ୍ପ୍ରସାରଣ କରି ୧୦ଫାଟକ ବିଶିଷ୍ଠ କରିବା, ନାଉଗାଁ ବ୍ଲକ ଅଫିସ ଠାରୁ ତହସିଲ ଅଫିସ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ କରିବା, ଆସନ୍ନ ଜଳକଷ୍ଟ ଦୂର ପାଇଁ ଦେବୀନଦୀର ଦେବୀଦୋଳ ଠାରେ ବ୍ୟାରେଜ ନିର୍ମାଣ କରିବା ଆଦି ଦାବି ଗୁଡିକ ରହିଛି । ସଂଗଠନ ପକ୍ଷରୁ ରାଜ୍ୟ କମିଟି ସଦସ୍ୟ ସୁବାସ ସ୍ୱାଇଁ, ଜନସ୍ୱାର୍ଥ ସୁରକ୍ଷା କମିଟି ସଭାପତି ବଂଶୀଧର ବେହେରା, ଚାଷୀନେତା ବାବାଜୀ କାଣ୍ଡି, ଆର୍ତ ଦାସ, ରଘୁନାଥ ଦାସ, କାଳନ୍ଦୀ ସେଠୀ, ରଂଜିତ ଜେନା ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ