ଚାଷୀ ଆନ୍ଦୋଳନ ପାଇଁ ଦିନକୁ କ୍ଷତି ୩୫୦୦ କୋଟି

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଯୋଗୁ ‌ଅର୍ଥନୀତିକୁ ଦୈନିକ ୩୦୦୦ରୁ ୩୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ଦେଶର ଶିଳ୍ପ ସଂଘ ଆସୋଚାମ ପକ୍ଷରୁ ଏହି ମୋଟାମୋଟି ଆକଳନ କରାଯାଇଛି। ବିଶେଷକରି ଏହି କୃଷକ ଆନ୍ଦୋଳନ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କାଶ୍ମୀର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଉଛି। ଆସୋଚାମ ସଭାପତି ନିରଞ୍ଜନ ହିରାନନ୍ଦାନୀଙ୍କ କହିବାନୁଯାୟୀ, ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କାଶ୍ମୀର ଅର୍ଥନୀତିର ମୋଟ ଆକାର ପ୍ରାୟ ୧୮ ଲକ୍ଷ କୋଟି ଟଙ୍କା। କୃଷକମାନେ ବର୍ତ୍ତମାନ ଚଳାଇଥିବା ଆନ୍ଦୋଳନ ଏବଂ ଏହାର ପ୍ରଭାବରେ ରାସ୍ତା, ଟୋଲ ପ୍ଲାଜା ଏବଂ ରେଳ ଚଳାଚଳ ଆଦି ବନ୍ଦ ଯୋଗୁ ଅର୍ଥନୈତିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କେବଳ ସେତିକି ନୁହେଁ, ବିଦେଶକୁ ବୟନଶିଳ୍ପ, ଅଟୋ ଉପକରଣ, ସାଇକଲ, କ୍ରୀଡ଼ା ସାମଗ୍ରୀ ଆଦିର ରପ୍ତାନି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏପରିକି ଖ୍ରୀଷ୍ଟମାସ ପୂର୍ବରୁ ଉଦ୍ୟୋଗୀମାନେ ସେମାନଙ୍କ ରପ୍ତାନି ଲକ୍ଷ୍ୟ ପୂରଣ କରିପାରିବେ ନାହିଁ। ସେହିଭଳି ସର୍ବ ଭାରତୀୟ ବ୍ୟବସାୟୀ ସଂଘ (ସିଏଆଇଟି) ପକ୍ଷରୁ କୁହାଯାଇଛି ଚାଷୀ ଆନ୍ଦୋଳନ ଯୋଗୁ ଗତ ୨୦ ଦିନରେ ଦିଲ୍ଲୀ ଓ ଏହାର ନିକଟବର୍ତ୍ତୀ ରାଜ୍ୟରେ ପାଖାପାଖି ୫୦୦୦ କୋଟି ଟଙ୍କାର ବ୍ୟବସାୟ ବାଧାପ୍ରାପ୍ତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ