ଚାଷ ଜମିରେ ଘାସ ଉପୁଡା କୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ସଂଘର୍ଷ ମାମଲା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବାସୁଦେବ ପୁର ଗ୍ରାମରେ ଚାଷ ଜମି ରେ ଘାସ ଉପୁଡା କୁ କେନ୍ଦ୍ର କରି ଗତ ବୁଧବାର ୨ ପରିବାର ମଧ୍ୟରେ ସଂଘର୍ଷ ଘଟିଥିଲା। ଶୁକ୍ରବାର ପୋଲିସ ଏହି ମାମଲାରେ ବାସୁଦେବପୁର ଗ୍ରାମର କେ.ମହେନ୍ଦ୍ର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୨୯୪/୩୨୩/୩୨୪/୩୦୭/୪୪୭/୩୫୪(ଖ)/୩୪ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ପୋଲିସ ସୂଚନା ପ୍ରକାରେ ଗତ ବୁଧବାର କେ.ଅର୍ଜୁନ ଙ୍କୁ ତାଙ୍କ ଘର ନିକଟରେ କେ.ମହେନ୍ଦ୍ର ଏକ ଲୁହା କାତୁଆ ରେ ମୁଣ୍ଡ କୁ ହାଣି ଦେଇଥିଲେ। ଆହାତ ଅର୍ଜୁନ ଙ୍କୁ ପରିବାର ଲୋକେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ସେ ଚିକିତ୍ସା ହୋଇ ଫେରିବା ପରେ ଥାନାରେ ଏତଲା ଦେଇଥିଲେ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଏସ ଆଇ ମାଧବ ଚନ୍ଦ୍ର ଟାକ୍ରୀ ଜଣାଇଛନ୍ତି।


