ଚିକଲଖଣ୍ଡି ଠାରେ ବିଶ୍ୱ ପାଇଖାନା ଦିବସ ପାଳିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ (କେନ୍ଦ୍ରପଡା ରାଜନକନିକା ଗ୍ରାମ ଉତଥାନ ଛତ୍ରପୁର ଶାଖା ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଂଚ ଡି.ଲକ୍ଷ୍ମୀ ରେଡ୍ଡୀଙ୍କ ପୈାରହିତ୍ୟରେ ବିଶ୍ୱ ପାଇଖାନା ଦିବସ ପାଳନ ହୋଇଯାଇଛି । ଏଥିରେ ଗ୍ରାମ ଉତଥାନର ବରିଷ୍ଠ କର୍ମକର୍ତ୍ତା ରାଜକିଶୋର ଦାଶ, ଗ୍ରାମ ଉତଥାନ ଜଳଛାୟା ପ୍ରକଳ୍ପ ପରିଚାଳକ ସୁରେଶ ଚନ୍ଦ୍ର ପରିଡା, ଅଶୋକ କୁମାର ମିଶ୍ରଙ୍କ ସମେତ ସହ କର୍ମକର୍ତ୍ତା ମାନେ ଯୋଗଦେଇ ଆଜିର ଦିବସ ଉପରେ ଆଲୋକପାତ କରିବାସହ ପାଇଖାନା ବ୍ୟବହାର କରିବା, ବାହାରେ କିଏ ହେଲେ ମଳତ୍ୟାଗ ନକରିବାକୁ କହିଥିଲେ । ଏହାସହ ପଲିଥିନ୍ ବର୍ଜନ କରିବାକୁ ମଧ୍ୟ ସେମାନେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ଶତାଧୀକ ମହିଳା ଓ ପୁରୁଷ , ଅଶା ଓ ଅଙ୍ଗନୱାଡୀ କର୍ମୀ ପ୍ରମୁଖ ଯୋଗଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମ ଉତଥାନର ସୁବାସ ଚନ୍ଦ୍ର ସାହୁ ପରିଚାଳନା କରଥିଲେ । ପ୍ରାରମ୍ଭରେ ପାଇଖାନା ବ୍ୟବହାର କରିବା ନିମନ୍ତେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ ।


