ଚିକିଟିରେ ପୁଣି ୪ ପଜିଟିଭ, ନିୟମ ଉଲଙ୍ଘନ କରି ଗହଣା ଦୋକାନ ସିଲ

ଚିକିଟି, (କୁରେଶୁ ସାହୁ): କରୋନା ସଂକ୍ରମଣ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଵୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ଜିଲ୍ଲାପାଳ ବିଭିନ୍ନ ପ୍ରକାରର ନିୟମ ମାନ ପ୍ରଣୟନ କରିଛନ୍ତି। ଏହାକୁ ପ୍ରଶାସନ ସୁଚାରୁ ରୁପେ ତୁଲାଇବା ପାଇଁ ମଧ୍ୟ ବ୍ୟବସ୍ତା କରାଯାଇଛି।ହେଲେ ଗୋଟେ ବିଡମ୍ବନା ର ବିଷୟ ହେଉଛି ଯେ ଚିକିଟି ଏନଏସି ର ଗୋଟେ ଲୁଗା ଦୋକାନୀ ଓ ଗୋଟେ ସୁନା ଦୋକାନୀ ଦୁହିଙ୍କ କରୋନା ପଜିଟିଭ ବାହାରିବା ପରେ ଚିକିଟି ପେଣ୍ଠ ସମେତ ବିଭିନ୍ନ ୱାର୍ଡକୁ ସିଲ କରି ବ୍ୟାରିକେଟ କରି ନିସିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ସେହି ଦୁଇ ଜଣ ଦୋକାନୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସ୍ୱାବ ଟେଷ୍ଟ କରାଯିବା ପରେ ଆଜି ଆଉ ୪ ଜଣଙ୍କ ପଜିଟିଭ ବାହାରି ଚିକିଟି ଅଞ୍ଚଳ ରେ ପଜିଟିଭ ସଂଖ୍ୟା ୩୨ ରେ ପହଞ୍ଚିଥିବା ଜଣା ପଡିଛି।କିନ୍ତୁ ଏହି ନିୟମ କୁ ବେଖାତିର କରି ଆଧିକା ପଇସା କମାଇବା ପାଇଁ କିଛି ଲୋଭି ବେପାରୀ ସମ୍ମୁଖ ପଟୁ ତାଲା ପକାଇ ପଛପଟୁ ଗ୍ରାହକ ଙ୍କୁ ଡାକି ବ୍ୟାପାର ଚଳାଇଥିବା ଦେଖିବାକୁ ମିଳିଥିଲା। ଚିକିଟି ବିଜ୍ଞାପିତ ଅଞ୍ଚଳ କର୍ମ ଚାରି ମାନେ ଯେତେ ବୁଝାଇ ଆକଟ କଲେ ମଧ୍ୟ ନିୟମ ଉଲ୍ଲଂଘନ କାରୀ ବେପାରୀ ଓ ଦୋକାନୀ ମାନୁନାହାନ୍ତି।ଏହା ଏନଏସି କର୍ମଚାରୀ ଙ୍କ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ଆଜି ଚିକିଟି ପୌର ପରିଷଦର ଯନ୍ତ୍ରୀ ଭବାନୀ ଶଙ୍କର ବେହେରା ସଦଳବଳେ ପହଞ୍ଚି ଗୋଟେ ସୁନା ଦୋକାନରେ ଚଢ଼ାଉ କରିଥିଲେ ଏବଂ ପରେ ଚିକିଟି ତହସିଲଦାର ହରପ୍ରସାଦ ଭୋଇ ଉକ୍ତ ସ୍ଥାନରେ ପହଞ୍ଚି ଦୋକାନକୁ ସିଲ କରିଥିଲେ। ଯଦି ଚିକିଟି ଅଞ୍ଚକୁ ଅଧିକା କଡା ନିୟମ ରେ ବନ୍ଧନ ନକରିଲେ ଆଗକୁ ଆସୁଥିବା ବିପଦକୁ ଏଡାଇ ଦିଆଯିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ