ଚିକିଟି ବ୍ଲକର ସାତଟି ସ୍ଥାନରେ ବନ୍ଦ ହେବ ରଥ ଯାତ୍ରା ଭକ୍ତ ଓ ଭଗବାନ ଙ୍କ ମଝିରେ ପାଚେରୀ ସାଜିଲା କରୋନା
ଚିକିଟି, (କୁରେସୁ ସାହୁ): ଦିନକୁ ଦିନ ବିଶ୍ୱରେ ମହାମାରୀ କରୋନା ଭୁତାଣୁ ଜନ ଜୀବନକୁ ଅସ୍ତ ବ୍ୟସ୍ଥ କରିବାରେ ଲାଗିଛି। ଶେଷରେ ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ପାଚେରୀ ହୋଇ ଠିଆ ହୋଇଛି କରୋନା ।ଏହି ପରି ପ୍ରେକ୍ଷୀରେ ଚିକିଟି ବ୍ଲକର ସାତଟି ସ୍ଥାନରେ ପ୍ରତିବର୍ଷ ହେଉ ଥିବା ଘୋଷ ଯାତ୍ରା ବନ୍ଦ କରିବାକୁ ପ୍ରଶାସନ ନିଷ୍ପତି ନେଇଛନ୍ତି l ରଥ ଯାତ୍ରା ହେଲେ ଭିଡ଼ ଜମି କରୋନା ମହାମାରୀ ସଂକ୍ରମଣର ଆଶଙ୍କା ଥିବା ଯୋଗୁଁ ଆଜି ଚିକିଟି ତହସିଲଦାର ହର ପ୍ରସାଦ ଭୋଇ ବ୍ଲକର ନୂଆପଡା ସ୍ଥିତ ଦଧିବାମନ ମହାପ୍ରଭୁ, ସୁନାପୁର ସ୍ଥିତ ଜଗନ୍ନାଥ ମନ୍ଦିର, ଚାନ୍ଦପୁର ଜଗନ୍ନାଥ ମନ୍ଦିର, କୋଟଲିଙ୍ଗି ଜଗନ୍ନାଥ ମନ୍ଦିର, ଚିକିଟି ଗଡ଼ ଅକ୍ରୁରନାଥ ମହାପ୍ରଭୁ, ଚିକିଟି ପେଣ୍ଠ ଚଉରା ସାହି ସ୍ଥିତ ବିଶ୍ୱ ଶ୍ରୀ ରଘୁନାଥ ମହାପ୍ରଭୁ, ବଜ଼ାର ସାହି ଜଗନ୍ନାଥ ମହା ପ୍ରଭୁଙ୍କ ଟ୍ରଷ୍ଟର ମୁଖିଆ ମାନଙ୍କୁ ଡାକି ଚଳିତ ବର୍ଷର ରଥ ଯାତ୍ରା ବନ୍ଦ କରିବା ପାଇଁ ଥିବା ସରକାରୀ କଟକଣା ଉପରେ ଆଲୋଚନା ହୋଇଥିଲା l ଗୁଣ୍ଡିଚା ଦିନ ଜଗନ୍ନାଥ ମହାପ୍ରଭୁଙ୍କ ପlରମ୍ପରିକ ରୀତିନୀତି ଅନୁଯାୟୀ ପୂଜା ଅର୍ଚନା ହେବ କିନ୍ତୁ ଠାକୁର ରଥl ରୂଢ ହେବେ ନାଇଁ କି ରଥ ଟଣା ହେବ ନାହିଁ l ଚଳିତ ବର୍ଷ ଦେବ ସ୍ନାନ ବେଳେ ଠାକୁର ଙ୍କ ଜେମିତି ଶୃଙ୍ଖଳିତ ଭାବେ ପୂଜାଵିଧି ହୋଇ ଲୋକ ଜମା ହୋଇ ନ ଥିଲେ ସେହି ଭଳି l ମାସ୍କ ଓ ସାମାଜିକ ଦୂରତା ରକ୍ଷା କରାଯାଇ ଵିଧିପୂର୍ବକ ପୂଜା କରିବା ପାଇଁ ଟ୍ରଷ୍ଟ ମାନଙ୍କୁ କହିଥିଲେ l ଏହି ଅବସରରେ ମନ୍ଦିର ଟ୍ରଷ୍ଟର ମୁଖିଆ କେଦାର ନାଥ ପଣ୍ଡା, ଉମେଶ ଚନ୍ଦ୍ର ଦାସ, ଶରତ ଚନ୍ଦ୍ର ପଣ୍ଡା, ବିପିନ ଚନ୍ଦ୍ର ପଣ୍ଡା, କାଳୀ ଚରଣ ପାଢୀ, ପ୍ରଶାନ୍ତ କୁମାର ପଣ୍ଡା, ରମାକାନ୍ତ ପଣ୍ଡା, ଅନିଲ କୁମାର ପଣ୍ଡା, ବିଷ୍ଣୁ ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l