ଚିକିଟି ରେ କଂଗ୍ରେସ କୁ ସୁଦୃଢ଼ କରିବେ -ରମେଶ ଦେଲେ ପ୍ରତିଶ୍ରୁତି
ଚିକିଟି,(କୁରେଶୁ ସାହୁ): କିଛି ଦିନର ବ୍ୟବଧାନ ପରେ ଆଜି ଚିକିଟି ପିତାତଳି ଠାରେ କଂଗ୍ରେସର ଏକ ସମାବେଶ ହୋଇଥିଲା।ଏଥିରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ମୁଖ୍ୟ ଅତିଥି ହୋଇ ଯୋଗ ଦେଇଥିଲେ।ସମ୍ବିଧାନ କୁ ସୁରକ୍ଷା ଦେବାରେ ଆଜିର ଯୁବ ସମାଜ ର ଦାଇତ୍ଵ ବୋଲି କହିଥିଲେ।ସମ୍ବିଧାନ କୁ ସୁରକ୍ଷା ଦେବା ଲାଗି କଂଗ୍ରେସ ଲଢେ଼ଇ କରିବ।ଚିକିଟି ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଦଳ ର କର୍ମୀ ମାନଙ୍କୁ ନେଇ ଏକ ସମ୍ମିଳନୀ କରି ଦଳ କୁ ତୃଣ ମୁଳ ସ୍ତର ରେ କିପରି ସୁଦୃଢ ହୋଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।ଚିକିଟି ରେ ରାଜା ପରିବାର ଓ ସାମନ୍ତରା ପରିବାର ନିର୍ବାଚନି ପ୍ରଥା କୁ ସମାଲୋଚନା କରି ଗୋଟିଏ ଦଳ ଦୁର୍ନୀତି ଓ ଗୋଟିଏ ଦଳ କଂଗ୍ରେସ ରୁ ଫାଇଦା ଓ ପରିଚୟ ପାଇଁ ଦଳ କୁ ଭାଙ୍ଗିଲା ଭଳି ଷ୍ଟିଥି କରି ସୃଷ୍ଟି ହେବାରୁ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ଯୋଗ ଦେଇ କ୍ଷୋଭ ପ୍ରକାଶ କରିଥିଲେ।ଦେଶ ରେ ଵିଶେଷ କରି ଓଡ଼ିଶାରେ ସମ୍ବିଧାନ ବିରୋଧୀ କାର୍ଯ୍ୟ କଳାପ ବୃଦ୍ଧି ପାଇ ତାକୁ ଦଳି ଦେବାକୁ ଚେଷ୍ଟା ଚାଲିଥିବା ମିଛ ପ୍ରଚାର କରି କଂଗ୍ରେସ କୁ ଲୋକଙ୍କ ନିକଟରେ ତଳହସ୍ତ କରି ଦୁଇ ଦଳ କ୍ଷମତା ହାସଲ କରିଥିବା ବେଳେ ବିଜେଡି ଓ ବଜେପି ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ୱ ବୋଲି କୁହା ଯାଇଥିଲା। ଚିକିଟି ଅଞ୍ଚଳରେ କଂଗ୍ରେସ ଦଳ କୁ କିପରି ଖୁବ କମ ଦିନ ମଧ୍ୟରେ ମଜୁବୁତ କରିବା ତାହା ଉପରେ ଆଲୋକ ପାତ କରିଥିଲେ। ସ୍ଥାନୀୟ ବିଧାୟକ ପ୍ରାର୍ଥୀ ସୁବାସ ରାଉତ ଙ୍କ ସଭାପତିତ୍ୱ ରେ ଜିଲ୍ଲା ପର୍ଯ୍ୟବେକ୍ଷକ ଅକ୍ଷୟ ଆଚାର୍ଯ୍ୟ, ରାଜୀବ ଗାନ୍ଧୀ ପଂଚାୟତରାଜ୍ ସଂଘଠକ ବିସ୍ମୟ ମହାପାତ୍ର, ଜିଲ୍ଲା ଲିଗଲ ସେଲ ସଭାପତି ରବୀନ୍ଦ୍ର ଦେଓ ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ ହୋତା ,ପି ସି ସି ସଂଯୋଜକ ସାଇ ପାତ୍ର ଯୋଗ ଦେଇ ଦଳିୟ ଯୋଜନା ଓ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୁର୍ନୀତି ଉପରେ ଗୁରୁତ୍ୱାରୋପ କରିଥିଲେ। ଆଗଧାଡ଼ି ରେ କିଛି କର୍ମୀ ରହି ପୁରୁଣା କର୍ମୀ ଙ୍କୁ ଫେରାଇ ଆଣି ଖୁବ କମ ସମୟ ରେ ଦଳ ପୂର୍ବ ଷ୍ଟିଥି କୁ ଫେରିବା ନେଇ ପ୍ରତିଶୃତି ଦେଇଥିଲେ ଶ୍ରୀ ଜେନା। କଂଗ୍ରେସ ର ଦୁର୍ବଳ ଷ୍ଟିଥି ରେ ଦଳ ପରିବର୍ତ୍ତନ କରିଥିବା କର୍ମୀ କଂଗ୍ରେସ କୁ ଅନୁଭୂତ କରିବିଚାର ଧାରା କୁ ଗ୍ରହଣ କରି ଦଳ ଉପରେ ବିଶ୍ୱାସ କରିବାକୁ ଶ୍ରୀ ଜେନା ଅନୁରୋଧ କରିଥିଲେ।କାର୍ଯ୍ୟ କ୍ରମ ରେ ପୂର୍ବତନ ନଗର ସଭାପତି ଲଳିତ ପଟନାୟକ,କ୍ଷମା ମହାରଣା ପ୍ରମୁଖ ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ କରାଇବା ବେଳେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଯୁବ ନେତା ସଂଗ୍ରାମ ରାଉତ।ଜିଲ୍ଲା ସଭାପତି ରମେଶ ଜେନା ଙ୍କ ଉପସ୍ଥିତ ରେ କିଛି ବିଜପି ଓ ବିଜେଡି କର୍ମୀ କଂଗ୍ରେସ ରେ ଯୋଗଦାନ କରି ବହୁଦିନ ପରେ କଂଗ୍ରେସ ରତ୍ନ କୁ ପାଇଲା ବୋଲି ଅଭିହିତ କରିଥିଲେ।


