ଚିକିଟି ଲାବ୍ରେରୀ : ଲାଇବ୍ରେରୀୟାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଚିକିଟି ଲାଇବ୍ରେରୀର ଲାଇବ୍ରେରୀୟାନ ଜଗନ୍ନାଥ ସାବତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ୧୯୯୦ ମସିହାରେ ଜଗନ୍ନାଥ ସାବତ କେଉଁଝର ରେ ପ୍ରଥମେ କାର୍ଯ୍ୟ ଆରମ୍ଭ କରି ନିଜ ଦାୟିତ୍ୱକୁ ସୁଚାରୂ ରୁପେ ସମ୍ପାଦନ କରି ଆସିଥିଲେ । ସେ ଚାକିରିରୁ ଅବସର ନେବା ପରେ ତାଙ୍କୁ ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ କୁମାର ପରିଡା ନିଜ କାର୍ଯ୍ୟାଳୟ ପରିସରରେ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଟ କିରାଣୀ କେଶବ ବେହେରା, ଡାଟା ଅପରେଟର ଶେଖର ଆଚାର୍ଯ୍ୟ, ଆର୍ଟ ଗ୍ୟାଲେରୀର ପରିଚାଳକ ଭିକାରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ