ଚିକିତ୍ସା ଅଭାବରୁ ଆଖି ବୁଜିଲେ ସୁଧାକର

ବନ୍ତ, (ଚାନ୍ଦିନୀ ମହାନ୍ତି) : ଅର୍ଥାଭାବ ଯୋଗୁ ଆବଶ୍ୟକ ଚିକିତ୍ସା ସୁବିଧା ପାଇ ନପାରି ଜଣେ ଯୁବକଙ୍କର ଜୀବନ ଅକାଳରେ ଚାଲି ଯାଇଥିବା ଜଣାଯାଇଛି । ଏପରି ଘଟଣା ଦେଖିବାକୁ ମିଳିଛି ବନ୍ତ ବ୍ଲକ ଗଣିଜାଙ୍ଗ ମଳିକ ସାହିରେ । ପ୍ରକାଶ ଯେ, ଉକ୍ତ ଗ୍ରାମର ଭାସ୍କର ମଳିକଙ୍କ ପୁଅ ସୁଧାକର(୩୮) ଗତ ୪ ମାସ ହେବ ଟିବି ଓ କ୍ୟାନସର ରୋଗରେ ପିଡିତ ଥିଲେ । ଅର୍ଥାଭାବ ଯୋଗୁ କଟକ ବଡ ମେଡିକାଲକୁ ଯାଇ ନପାରି ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଦିନକୁ ଦିନ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାରଲୋକେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସ ହସପିଟାଲକୁ ନେଇଥିଲେ । ସେଠାରେ ୮ ଦିନ ଚିକିତ୍ସା ହେବା ପରେ କୌଣସି ସୁଫଳ ନମିଳିବାରୁ ତାଙ୍କୁ ପୁନଶ୍ଚ କଟକ ବଡ ମେଡିକାଲ ଅଣାଯାଇଥିଲା । ସେଠାରେ କିଛି ଦିନ ଚିିକିତ୍ସିତ ହୋଇ ଘରକୁ ଫେରିଥିଲେ । ମାତ୍ର ଗତ ୮ ତାରିଖରେ ସେ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ । ସେ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ଉନ୍ନତମାନର ଚିକିତ୍ସା ସୁବିଧା ନମିଳିବାରୁ ତାଙ୍କର ଜୀବନ ଅକାଳରେ ଚାଲିଗଲା ବୋଲି ପରିବାରଲୋକେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ