ଚିଙ୍ଗାରୀ ସଲ୍ମାନ୍ ଖାନ୍ଙ୍କୁ ନିଜର ଗ୍ଲୋବାଲ୍ ବ୍ରାଣ୍ଡ୍ ଆମ୍ବାସାଡର ଏବଂ ନିବେଶକ ଭାବେ ଘୋଷଣା କଲା
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍):ଚିଙ୍ଗାରୀ, ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ମିଡିଆ ସୁପର ମନୋରଞ୍ଜନ ଆପ୍ ଆଜି ସଲମାନ ଖାନ୍ଙ୍କୁ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ଏବଂ ନିବେଶକ ଭାବରେ ଘୋଷଣା କରିଛି । ସଲମାନ ଖାନ ହେଉଛନ୍ତି ଭାରତର ସବୁଠାରୁ ଲୋକପ୍ରିୟ ତଥା ପ୍ରତିଷ୍ଠିତ ଅଭିନେତା ଏବଂ ବକ୍ସ ଅଫିସରେ ଜଣେ ଅପ୍ରତିଦ୍ୱନ୍ଦୀ ସମ୍ରାଟ୍ । ସବୁଠାରୁ ପ୍ରିୟ ଅଭିନେତା ହେବା ବ୍ୟତୀତ ସେ ଜଣେ ସଫଳ ନିର୍ମାତା, ଲୋକପ୍ରିୟ ଟିଭି ହୋଷ୍ଟ ଏବଂ ଜଣେ ପରୋପକାରୀ ବ୍ୟକ୍ତି ଭାବେ ବେଶ ଜଣାଶୁଣା । ଚିଙ୍ଗାରୀ, ଆପ୍ର ସହ ପ୍ରତିଷ୍ଠାତା ତଥା ସିଇଓ, ସୁମିତ୍ ଘୋଷ କହିଲେ ଯେ, “ଚିଙ୍ଗାରୀ ପାଇଁ ଏହା ପ୍ରକୃତରେ ଏକ ମହତ୍ୱପୂର୍ଣ୍ଣ ଅଂଶୀଦାରିତା ଅଟେ, ଭାରତର ପ୍ରତ୍ୟେକ ରାଜ୍ୟରେ ପହଂଚିବା ହେଉଛି ଆମର ଲକ୍ଷ୍ୟ ଏବଂ ଆମ ପାଇଁ ଏକ ଖୁସିର ବିଷୟ ହେଉଛି କି ସଲମାନ ଖାନ୍ ଆମର ବିଶ୍ୱ ବ୍ରାଣ୍ଡ ଆମ୍ବାସାଡର ତଥା ନିବେଶକ ଭାବରେ ଆମ ସହ ଅଛନ୍ତି । ଆମର ବିଶ୍ୱାସ ଅଛି କି ଆମର ଆସୋସିଏସନ ଚିଙ୍ଗାରୀକୁ ନିକଟ ଭବିଷ୍ୟତରେ ସଫଳତାର ର୍ଶିସରେ ପହଂଚିବା ପାଇଁ ଶକ୍ତି ପ୍ରଦାନ କରିବ ।ଏହି ଚୁକ୍ତି ବିଷୟରେ ସଲ୍ମାନ ଖାନ୍ କହିଲେ ଯେ, “ଚିଙ୍ଗାରି ଭାରତର ସବୁଠାରୁ ଲୋକପ୍ରିୟ ମନୋରଞ୍ଜନ ଆପ୍ ମଧ୍ୟରେ ଅନ୍ୟତମ, ଏବଂ ଏହାର ଗ୍ରାହକ ଏବଂ କଂଟେଂଟ କ୍ରିଏଟରମାନଙ୍କ ପାଇଁ ମୂଲ୍ୟ ଯୋଡିବାର ଲକ୍ଷ୍ୟ ରଖିଛି । ମୁଁ ଏହା ଶୁଣି ଖୁସି ହେଲି କି , ଚିଙ୍ଗାରୀ ଏତେ କମ୍ ସମୟ ମଧ୍ୟରେ ଏହି ପ୍ରକାର ଉନ୍ନତି କରିପାରିଲା, ଗ୍ରାମାଂଚଳଠାରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସେମାନଙ୍କର ଏକ ଅନନ୍ୟ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଗୋଟିଏ ମଂଚ ଉପଲବ୍ଧ କରାଇଲା ଏବଂ କିଛି ସମୟ ମଧ୍ୟରେ ଏହାର ଆହୁରି ଲକ୍ଷ ଲକ୍ଷ ଦର୍ଶକ ବଢିବାର ଅଛି ।“ସଲମାନ ଖାନଙ୍କୁ ବିଶ୍ୱ ବ୍ରାଣ୍ଡ ଆମ୍ବାସାଡର ତଥା ନିବେଶକ ଭାବରେ ପାଇ ଚିଙ୍ଗାରିକୁ ଏବେ ଆଶା ଅଛି କି, ଅତି ଶୀଘ୍ର ମାର୍କେଟ୍ ଲିଡର ଭାବରେ ସେ ନିଜର ପୋଜିସନ୍ ବଜାୟ ରଖିବ । ନେତା ଚିଙ୍ଗାରି, ନିଜ ଜାଗାରେ ସବୁଠୁ ଆଗରେ, ଯିଏ ଗର୍ବର ସହିତ “ମେଡ୍ ଇନ୍ ଇଣ୍ଡିଆ” ଟ୍ୟାଗ୍ ଲଗାଇଛନ୍ତି । ଚିଙ୍ଗାରି ୨୦୨୦ ମସିହାରେ ଆତ୍ମନିର୍ଭରଶୀଳ ଭାରତ ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜର ବିଜେତା ହୋଇଛି । ଚିଙ୍ଗାରୀ, ଆପ୍ର ସହ ପ୍ରତିଷ୍ଠାତା ଏବଂ ସିଓଓ, ଦୀପକ୍ ସଲ୍ଭି କହିଛନ୍ତି ଯେ, ଆମର ବିଶ୍ୱାସ ଅଛି ଯେ, ସଲମାନଙ୍କ ଜନ ଆବେଦନ ଆମକୁ ପ୍ଲାଟଫର୍ମରେ ଅଧିକ ଉପଭୋକ୍ତାଙ୍କୁ ଆକର୍ଷିତ କରିବାରେ ସାହାଯ୍ୟ କରିବ । ଚିଙ୍ଗାରୀ ସର୍ବଦା କଂଟେଂଟ କ୍ରିଏଟର୍ଶମାନଙ୍କୁ ସଶକ୍ତିକରଣ କରିବା ଉପରେ ଧ୍ୟାନ ଦେଇଥାଏ ଏବଂ ବିଶାଳ ଭାରତ ପାଇଁ ଅଧିକ ପ୍ରାସଙ୍ଗିକ ଏବଂ ମଜଭୁତ ଫିଚର ସହ ସମସ୍ତ ଉପଭୋକ୍ତାମାନଙ୍କ ପାଇଁ କ୍ରମାଗତ ଭାବରେ ରୋମାଂଚକର କଂଟେଂଟ ଯୋଗାଇ ଦେବା ଏହାର ଉଦ୍ଦେଶ୍ୟ ଅଟେ । ୟୁବିଟି (ଟଈଞ), ସଲମାନ୍ ଖାନ୍ର ଟ୍ୟାଲେଂଟ୍ ମ୍ୟାନେଜ୍ମେଂଟ ଫାର୍ମ୍ ର ସହ ସଂସ୍ଥାପକ ବିକ୍ରମ ତନ୍ୱାର୍ ଅଛନ୍ତି ଏବଂ ଏହି କଂପାନୀକୁ ଚିଙ୍ଗାରୀ ସମଗ୍ର ଦେଶରେ ଏକ୍ସକ୍ଲୁସିଭ୍ ହିସାବରେ ପ୍ରିମିୟମ୍ ପ୍ରତିଭା ସହ ଯୋଡି ରହିବା ପାଇଁ ଏମ୍ପ୍ୟାନେଲ୍ଡ୍ କରିଛି । ବିକ୍ରମ ତନ୍ୱାର୍ “ଭାରତରେ କ୍ଷୁଦ୍ର ଭିଡିଓ ସ୍ପେସ୍ ବିସ୍ତାରିତ ହୋଇଛି । ଏହା ଏପରି ଏକ ମାଧ୍ୟମ ଅଟେ ଯାହା କଂଟେଂଟ ତିଆରି କରିବାରେ ଲକ୍ଷ ଲକ୍ଷ ଲୋକ ବ୍ୟବହାର କରୁଛନ୍ତି ଏବଂ ଏହି ପ୍ରକାର କଂଟେଂଟକୁ ଅନେକ ଭାରତୀୟ ପସନ୍ଦ ମଧ୍ୟ କରୁଛନ୍ତି । ଚିଙ୍ଗାରୀ ସହ ଏହି ଯୋଗଦାନ ଅନେକ ଉପଭୋକ୍ତାଙ୍କୁ ସେମାନଙ୍କର ଅଦୃଶ୍ୟ ପ୍ରତିଭା ପ୍ରଦର୍ଶନ କରିବାକୁ ଏକ ସୁଯୋଗ ଦେବ ଏବଂ ଭାରତର ନୂଆ ଦୁନିଆର ପରବର୍ତୀ ଡିଜିଟାଲ୍ ର୍ଷ୍ଟାଙ୍କ ପାଇଁ ମାର୍ଗ ପ୍ରଦର୍ଶନ କରିବ । ଚିଙ୍ଗାରୀ ଆପ୍ ର ସହ ପ୍ରତିଷ୍ଠାତା ଏବଂ ସିଏସ୍ଓ ଆଦିତ୍ୟ କୋଠାରୀ କହିଲେ କି, “ ଆମେ ଏପରି ଏକ ବ୍ରାଣ୍ଡ୍ ଆମ୍ବାସାଡର ଚାହୁଁଛୁ କି, ଯିଏ ଦେଶର ସ୍ୱର ଏବଂ ସ୍ପନ୍ଦନ ହେବ, ଏବଂ ଆମ ପାଇଁ ଏହା ଖୁସିର କଥା କି ସଲମାନ ଖାନ୍ ସମସ୍ତ ପ୍ରକାରର ଏବଂ ପୁରା ଦେଶରେ ଲୋକପ୍ରିୟ ଅଟନ୍ତି ଏବଂ ବ୍ରାଣ୍ଡ୍ ପାଇଁ ତାଙ୍କ ଚେହେରା ସର୍ବୋତମ ପସନ୍ଦ ଅଟେ । ଭବିଷ୍ୟତ ବିଷୟରେ ଯଦି କହିବା ତେବେ, ଚିଙ୍ଗାରୀ ର ଉଦ୍ଦେଶ୍ୟ ହେଉଛି କ୍ରିଏଟରସ୍କୁ ନିଜର ମଂଚ ଉପରେ ୟୁନିକ୍ କଂଟେଂଟ ତିଆରି କରିବା ପାଇଁ ଏହାର ପ୍ଲାଟଫର୍ମରେ ଉନ୍ନତ ସାଧନ ଯୋଗାଇ ଦେବ ।ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ, ଚିଙ୍ଗାରୀ ଭାରତ ଏବଂ ସାରା ବିଶ୍ୱରେ ନିଜର ବ୍ଲୁ-ଚିପ୍ ବ୍ୟାକରସ୍ ସହ ଽ୧.୪ ମିଲିଅନ୍ ର ଫଣ୍ଡ୍ ଏକାଠି କରିଥିଲା । ଚିଙ୍ଗାରୀ ର ନିବେଶକଙ୍କ ମଧ୍ୟରୁ ଏଞ୍ଜେଲ୍ ଲିଷ୍ଟ, ଆଇସିଡ୍ (ସଝରରୟ) ଭିଲେଜ୍ ଗ୍ଲୋବାଲ୍, ବ୍ଲୁମ୍ ଫାଉଣ୍ଡରସ୍ ଫଣ୍ଡ୍, ଜସ୍ମିନ୍ଦର ସିଂ ଗୁଲାଟି ଏବଂ ଅନ୍ୟ ପ୍ରମୂଖ ନାମଧାରୀ ପ୍ରତିଷ୍ଠିତ ନିବେଶକ ସାମିଲ ଅଛନ୍ତି ।ଚିଙ୍ଗାରୀ ଅନ୍ମୋବାଇଲ୍ ନେତୃତ୍ୱରେ ବର୍ତମାନ ଽ୧୩ ମିଲିଅନ୍ ର ଫଣ୍ଡିଙ୍ଗ୍ ର ଏକ ନୂଆ ରାଉଣ୍ଡ୍ କ୍ଲୋଜ୍ କରିଲା । ଏହି ରାଉଣ୍ଡ୍ରେ ଭାଗ ନେଉଥିବା ଅନ୍ୟ ନିବେଶକଙ୍କ ମଧ୍ୟରୁ ରିପବ୍ଲିକ୍ ଲାବସ୍ ୟୁଏସ୍, ଆଷ୍ଟାର୍କ ଭେଂଚରସ୍, ହ୍ୱାଇଟ୍ ର୍ଷ୍ଟା କାପିଟାଲ୍, ଇଣ୍ଡିଆ ଟିଭି (ରଜତ୍ ଶର୍ମା) ଜେପିଆଇଏନ୍ ଭେଂଚରସ୍ କାଟାଲିଷ୍ଟ୍ ଲିମିଟେଡ୍, ପ୍ରୋଫିଟବୋର୍ଡ୍ ଭେଂଚରସ୍, ଏବଂ ୟୁକେ ରୁ କିଛି କିଛି ବଡ ବଡ ଫାମିଲି ଅଫିସ୍ ମଧ୍ୟ ସାମିଲ୍ ଅଛନ୍ତି ।