ଚିଟ୍ଫଣ୍ଡ ଓ ଖଣି ଲୁଟେରାଙ୍କୁ ବିଜେପିର ଗିରଫ ଘୋଷଣା ଡରରେ ନବୀନ ଭୟଭୀତ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, (ଯୁଗାଦ୍ଧ ନ୍ୟୁଜ) – ରାଜ୍ୟରେ ବିଜେପି ସରକାର ଆସିବାର ୯୦ ଦିନ ମଧ୍ୟରେ ଚିଟ୍ଫଣ୍ଡର ଲୁଟେରା ଏବଂ ଖଣି ଦୁର୍ନୀତିର ନାୟକ ଓ ମହାନାୟକମାନେ ଜେଲ ଯିବେ ବୋଲି ବିଜେପିର ଦୃଢ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀର ବଡ ଇଞ୍ଜିନକୁ ତଳେ ପକାଇଦେବା କହିବା ତାଙ୍କର ହତାଶାର ପ୍ରତିଫଳନ ବୋଲି ସାମାଜିକ ଗଣମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପିର ଏହି ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଡର ଘାରିଛି । ଚିଟଫଣ୍ଡ ଓ ଖଣି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଡର୍ଜନ ଡର୍ଜନ ନେତା ଜେଲ୍ ଯାଇଥିବା ବେଳେ କେସ୍ରେ ଫସିି ଅଛନ୍ତିା ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଏଥିରେ ସଂଶ୍ଲିଷ୍ଟ ଥିବାରୁ ସେ ଭୟଭୀତ ହୋଇଯାଇଛନ୍ତି ।
ଚିଟଫଣ୍ଡ ଓ ଖଣି ଲୁଟେରାଙ୍କ ଜେଲ୍ ଯିବା କଥା ଶୁଣିଲେ ମୁଖ୍ୟମନ୍ତ୍ରୀ ପ୍ରତିହିଂସା ପରାୟଣ ହେବା ସ୍ୱାଭାବିକ । ନିର୍ବାଚନ ଆସିଲେ ଗଣତନ୍ତ୍ରରେ ବିତର୍କ ହେବ । ମୁଖ୍ୟମନ୍ତ୍ରୀ ରାଜନୈତିକ ସମାଲୋଚନା କରିବାରେ କୌଣସି ଆପତି ନାହିଁ । ମାତ୍ର ଏ ପର୍ଯ୍ୟନ୍ତ ନବୀନ ବାବୁ ସରୋଜ ସାହୁଙ୍କ ସହ ତାଙ୍କର କଣ ସମ୍ପର୍କ ସ୍ପଷ୍ଟ କଲେ ନାହିଁ । ସରୋଜ ସାହୁଙ୍କ ସହ ତାଙ୍କର ସମ୍ପର୍କ ନାହିଁ ବୋଲି ତ କୁହନ୍ତୁ । କିନ୍ତୁ ମୁଖ୍ୟମମନ୍ତ୍ରୀ ତାଙ୍କ ଉପରେ ଉଠିଥିବା ପ୍ରଶ୍ନକୁ ଏଡାଇଯିବା ଗଣତାନ୍ତ୍ରିକ ଭାବନା ନୁହେଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଅପରପକ୍ଷରେ ଓଡିଶାରେ ପରିବର୍ତନ ନାଁ
ଶୁଣିଲେ ବିଜୁ ଜନତା ଦଳର ବନ୍ଧୁ ମାନଙ୍କ ମନରେ ପୀଡା ହେଉଛି । ଭୁଲରେ ଯଦି କିଏ ପରିବର୍ତନ କଥା ଉଠାଉଛି ଲଙ୍କାରେ ହରିନାମ ଭଳି ତାଙ୍କୁ କଷ୍ଟ ହେଉଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ ମଇରେ ଦିଲ୍ଲୀରେ ବଡ ଇଞ୍ଜିନକୁ ତଳେ ପକାଇଦେବୁ ଓ ରେଳପଟିରୁ ବାହାର କରିଦେବା କଥା କହିଲେ । ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଜାଗୀର ନୁହେଁ, ସେ ଯେଉଁ ଫରମାନ୍ ଜାରୀ କରିଦେବେ ଓଡିଆ ଲୋକମାନେ ତାକୁ ମୁଣ୍ଡପାତି ସ୍ୱୀକାର କରିବେ । ୧୯ ବର୍ଷରେ କଣ କଲେ ଆଗାମୀ ୫ ବର୍ଷରେ କଣ କରିବେ ତାହାର ହିସାବ ମୁଖ୍ୟମନ୍ତ୍ରୀ ଦେଉନାହାନ୍ତି । ନରେନ୍ଦ୍ର ମୋଦି ଓଡିଆ ଲୋକଙ୍କୁ ବିଜେପିକୁ ଥରେ ଦାୟିତ୍ୱ ଦେବାକୁ ନିବେଦନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଅସହିଷ୍ଣୁ ହୋଇ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କଣ ଦେଶରେ ଅସ୍ଥିର ସରକାର ଚାହୁଁଛନ୍ତି ? ଅସ୍ଥିିର ସରକାର ହେଲେ ସୀମା ଅସୁରକ୍ଷିତ ହେବା ସହ ଅର୍ଥନୀତି ଦୁର୍ବଳ ହେବ, ଭ୍ରଷ୍ଟାଚାର ଦୁର୍ନୀତି ବଢିବ । ମୁଖ୍ୟମନ୍ତ୍ରୀ ମୋଦିଙ୍କ ଆୟୁଷ୍ମାନ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଓଡିଶାରେ ଲାଗୁ କରିନଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣ କରିବାରେ ମୁଖ୍ୟମନ୍ତ୍ରୀ ସହଯୋଗ କରୁନାହାନ୍ତି । ଓଡିଶାର ରେଳବାଇ ଓ ଏନଏଚ ପ୍ରକଳ୍ପରେ ମୁଖ୍ୟମନ୍ତ୍ରୀଙ୍କ ନୀତି ଓଡିଶାର ବିକାଶରେ ବାଧା ସୃଷ୍ଟି କରୁଛିା ସେ କହିଛନ୍ତି ଯେ ଜଣେ ବାସନ ମଜାଳି, ଚା’ ବିକାଳିର ପୁଅ ଯିଏ ଚା’ ବିିକି ଆଗକୁ ବଢିଛି ଓ ଗରିବଙ୍କ ପାଇଁ ଦିନରାତି ପରିଶ୍ରମ କରୁଛି, ସୁନା ଚାମଚ ପାଟିରେ ଧରି ଜନ୍ମ ହୋଇଥିବା ନବୀନ ବାବୁ ଏଥିରେ ଅସହିଷ୍ଣୁ ହୋଇ ମୋଦିଙ୍କୁ ଗାଳି କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ମୁଖ୍ୟମନ୍ତ୍ରୀ ଅସ୍ଥିର ଓ ଅରାଜକତାର ବାର୍ତା ଦେଉଛନ୍ତି । ଦେଶରେ ଏକ ନିର୍ଣ୍ଣାୟକ ଓ ସ୍ଥିର ସରକାର ମୋଦିଙ୍କ ଦ୍ୱାରା ସମ୍ଭବ । ଏଥର ନରେନ୍ଦ୍ର ମୋଦିଙ୍କ ସହ ଓଡିଆ ଲୋକମାନେ ଯିବେ ବୋଲି ପ୍ରସ୍ତୁତ ହୋଇଛନ୍ତି । ଏଥର ଦିଲ୍ଲୀରେ ମୋଦିଙ୍କ ବଡ ଇଞ୍ଜିନ ସରକାର ସହ ଓଡିଶାରେ ମଧ୍ୟ ମୋଦିଙ୍କ ଡବଲ ଇଞ୍ଜିନର ସରକାର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।