ଚିତ୍ରକୋଣ୍ଡା ଡ୍ୟାମ ରେ ଛଡ଼ାଗଲା ୫ ଲକ୍ଷ ମାଛ ଯାଆଁଳା

ଚିତ୍ରକୋଣ୍ଡା,(ଓ୍ବାଇଏନ୍ଏସ୍): ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକ ଚିତ୍ରକୋଣ୍ଡା ମ୍ୟାନ ଡ୍ୟାମ ରେ ୫ ଲକ୍ଷ ମାଛ ଯାଆଁଳା ଛଡା ଗଲା। ସୂଚନାନୁଯାୟୀ ଚିତ୍ରକୋଣ୍ଡା ଡ୍ୟାମ ରେ ବିରସେନ ପ୍ରଧାନ (ADM) ମସ୍ୟ ବିଭାଗର ଉପନିର୍ଦେଶକ ଶ୍ରୀ ସୁରେଶ ଚନ୍ଦ୍ର ବେହେରା,ମାଲକାନଗିରି ଜିଲ୍ଲା ମସ୍ୟ ଅଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ପାତ୍ର, ଉପ ମସ୍ୟ ଅଧିକାରୀ ନରସିଂହ ମୁଣ୍ଡ, T ପଦ୍ମନାଭ ଦୋରା,ମାନସ ମାଡକାମୀ,ଦଶରଥ ପଡ଼ିଆମୀ ଙ୍କ, ବି ଡି ଓ ଲାରୀମାନ ଖରସେଲଉପସ୍ଥିତିରେ ପାୟ୫ ଲକ୍ଷ ରୋହି, ଭାକୁର, ଲାଲ କାତି ର ମାଛ ଯାଆଁଳା ଡ୍ୟାମ ଭିତରକୁ ଛଡ଼ାଗଲା।ଏହି ସମୟରେ ଚିତ୍ରକୋଣ୍ଡା ବ୍ଲକ ଅଧୀନରେ ଥିବା ପଞ୍ଚାଗୋଟି ସୋସାଇଟି ର ସଦସ୍ୟ ଉପସ୍ଥିତ ରହିଥିଲେ । ମାଲକାନଗିରି ଉପ ମଶ୍ୟ ଅଧିକାରୀଶ୍ରୀ ନରସିଂହ ମୁଣ୍ଡ ଙ୍କ କହିବାଅନୁଯାଇ ପୁର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୧୪ ଲକ୍ଷ ମାଛ ଯାଆଁଳା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ରେ ଛଡ଼ାଯାଇଥିଲା, ୨୦୧୯-୨୦ ରେ ୨୦ ହଜାର ହେକ୍ଟର ରେ ଘେରୀ କରାଯାଇ ୪୨ ଲକ୍ଷ ଯାଆଁଳା ଛଡ଼ାଯାଇଥିଲା। ଚଳିତବର୍ଷ ୨୦୨୦-୨୧ ସେତୁ ଯୋଜନାରେ ୮୦ ଲକ୍ଷ ମାଛ ଯାଆଁଳା ଛଡ଼ାଯିବାର ବନ୍ଦୋବସ୍ତ କରାଯାଇଛି ଯାହାର ହାରାହାରି ମୂଲ୍ୟ ୧କୋଟି ୮୦ ହଜାର ହେବ । ଏହାର ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ ଯାଆଁଳା ଆଜି ଛଡ଼ାଗଲା । ଏହି ଯୋଜନାର ମୁଖ୍ୟ ଉଦେଶ୍ୟ ହେଉଛି ଅଂଚଳର ମାଛ ମାରି ଜୀବିକା ନିର୍ବାହ କରୁଥିବା ଲୋକଙ୍କ ଆୟକୁ ୫ ହଜାରରୁ ୧୫ ହଜାର କରାଯିବା କୁ ଆଗାମୀ ପାଞ୍ଚ ବର୍ଷରେ ଲକ୍ଷ ରଖାଯାଇଛି ବୋଲି ଜିଲ୍ଲା ମଚ୍ୟ ଅଧିକାରୀ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ