ଚିଦାନନ୍ଦ ଆଶ୍ରମରେ ଚକ୍ଷୁ ପରୀକ୍ଷା ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ବ୍ଳକ ଅନ୍ତର୍ଗତ ଅଗସ୍ତି ନୂଆଁ ଗ୍ରାମରେ ପ୍ରତିଷ୍ଠା ଲାଭ କରିଥିବା ସ୍ୱାମୀ ଚିଦାନନ୍ଦ ଦିବ୍ୟ ଧାମ ଆଶ୍ରମ ର ଜରାନିବାସରେ ଥିବା ଅନ୍ତେବାସୀଙ୍କ ପାଇଁ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା । ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜର ଚକ୍ଷୁ ବିଭାଗର ଆସୋସିଏଟ୍ ପ୍ରଫେସର ତଥା ରୋଟାରୀଆନ ଡାକ୍ତର ରାଜେନ୍ଦ୍ର କୁମାର ବେହେରାଙ୍କ ଦ୍ୱାରା 33 ଜଣ ଅନ୍ତେବାସୀ ଙ୍କ ଚକ୍ଷୁ ପରୀକ୍ଷା କରାଯାଇ 12 ଜଣଙ୍କ ପରଳ ଅସ୍ତ୍ରୋପଚାର କରାଯିବା ପାଇଁ ନିର୍ଦ୍ଧାରଣ କରାଯାଇଥିଲା । ରୋଟାରୀ କ୍ଳବର ଆୟୋଜିତ ସାପ୍ତାହିକ ବୈଠକରେ ସଭାପତି କାମରାଜୁ ମହାରଣା ଅଧ୍ୟକ୍ଷତା କରି କ୍ଳବର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଆଶ୍ରମର ମୁଖ୍ୟ ପରିଚାଳକ ବିପ୍ରଚରଣ ପାତ୍ର ଏଇ ବୈଠକରେ ମୁଖ୍ୟ ଆଲୋଚକ ରୂପେ ଯୋଗଦେଇ ଆଶ୍ରମର ପ୍ରତିଷ୍ଠା ବିବରଣୀ ଏବଂ ଆଶ୍ରମର ଜରା ନିବାସରେ ଥିବା ଅନ୍ତେବାସୀ ବାସୀଙ୍କ ଜୀବନ ପରିଚର୍ଯ୍ୟା ଉପରେ ରୋଟାରୀ କ୍ଳବର ସଭ୍ୟ ମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ଳବର ପୂର୍ବତନ ସଭାପତି ପ୍ରଦୀପ କୁମାର ପଣ୍ଡା, ସୁଧାଂଶୁ ଶେଖର ଖଡଗ୍ ରାୟ, ଅସିତ୍ ଦତ୍ତ, ପ୍ରଦୀପ କୁମାର ପଟ୍ଟନାୟକ, ପ୍ରତ୍ୟୁଷ କୁମାର ଦାଶ, ଲିଙ୍ଗରାଜ ନାୟକ, ରବିନ୍ଦ୍ର ନାଥ ସାହୁ ପ୍ରମୁଖ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା ଶିବିର ପରିଚାଳନା କରିଥିଲେ ।ଶେଷରେ ଆଶ୍ରମରେ ସମୂହ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ