ଜିଲ୍ଲାପାଳଙ୍କୁ ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱର କୋର୍ଟ ପରିସରରେ କୋର୍ଟ ବିଲ୍‌ଡିଂ କାର୍ଯ୍ୟ ଆଗେଇ ଚାଲିଛି । ନିକଟରେ ଉପ ଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟର ନୂତନ କାର୍ଯ୍ୟାଳୟ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ରଙ୍କ ଦ୍ୱାରା ଉଦ୍‌ଘାଟନ ହୋଇଥିଲା । ଏହି ଅବସରରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସଂଘର ସଭାପତି ନିର୍ମଳ କିଶୋର ରଥ, ଉପସଭାପତି ଦେବୀଦତ ବାରକ୍‌, ସମ୍ପାଦକ ରାଜ୍ କିଶୋର ଦାସ, ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା ଓ ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ