ଚୀନ ସହ ଟେଷ୍ଟ କିଟ୍ ଚୁକ୍ତି ବାତିଲ

ନୂଆଦିଲ୍ଲୀ: ରାପିଡ ଏଣ୍ଟିବଡ଼ି ଟେଷ୍ଟ କିଟର ଫଳ ସନ୍ତୋଷଜନକ ହୋଇନଥିବାରୁ ଭାରତ ସରକାର ଏହି କିଟ ପାଇଁ ଚୀନ ସହିତ ହୋଇଥିବା ଚୁକ୍ତିକୁ ବାତିଲ କରିବା ସହିତ ଏଗୁଡ଼ିକୁ ଫେରାଇ ଦେବାକୁ ସ୍ଥିର କରିଛନ୍ତି । କେନ୍ଦ୍ର ସରକାର ଚୀନ କମ୍ପାନୀ ୱଣ୍ଡଫୋବାୟୋଟେକ ଏବଂ ଲିଭକନ ଡାଇଗ୍ନୋଷ୍ଟିକଠାରୁ ୫ ଲକ୍ଷ ଟେଷ୍ଟ କିଟ କିଣିଥିଲେ । ଏହି କିଟଗୁଡ଼ିକୁ ରାଜ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା । ଅନେକ ରାଜ୍ୟ ଏହି ଟେଷ୍ଟ କିଟ ଠିକ୍ ନଥିବା ଅଭିଯୋଗ କରିବା ପରେ ଆଇସିଏମଆର ରାଜ୍ୟମାନଙ୍କୁ ଏହି କିଟରେ ଟେଷ୍ଟ ବନ୍ଦ କରିବାକୁ କହିଥିଲା ଏବଂ କିଟକୁ ନେଇ ବ୍ୟାପକ ପରୀକ୍ଷଣ ଚାଲିଥିଲା । ଆଇସିଏମଆର ଦ୍ୱାରା ଏହି ଟେଷ୍ଟ କିଟର ଫଳ ସନ୍ତୋଷ ଜନକ ଆସିନଥିବା ଜଣାପଡ଼ିବା ପରେ ରାଜ୍ୟମାନଙ୍କୁ ଏହାଫେରାଇ ଦେବାପାଇଁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ