ଚେତନା ସମାଜ ପକ୍ଷରୁ କୁମାରୋତ୍ସବ ପାଳିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡାର ଅଗ୍ରଣୀ ସାମାଜିକ ସଂଗଠନ ଚେତନା ସମାଜ ପକ୍ଷରୁ କୁମାରୋତ୍ସବ – ୨୦୧୯ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ଉପକଣ୍ଠ ଗୁପ୍ତକ୍ଷେତ୍ର ସଖୀବଟ ପରିସରରେ ଅଚଂଳର ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଆୟୋଜିତ ଏହି ଉତ୍ସବକୁ ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟନ କରିବା ପରେ ଅଚଂଳର ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ବିଷୟରେ ପ୍ରତିଯୋଗିତା ସଂଗଠିିତ ହୋଇଥିଲା । ଅପରାହ୍ନରେ ସଂଗଠନର ସଭାପତି ବ୍ରଜକିଶୋର ବିଶ୍ୱାଳଙ୍କ ପରିଚାଳନାରେ ଅନୁଷ୍ଠିତ ପୁରସ୍କାର ବୀତରଣି ଉତ୍ସବରେ ଡେରାବିଶ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଭାକର ସାମଲ,ଶିକ୍ଷାବୀତ ଭଜକୃଷ୍ଣ ରାଉତ,ଗୋଲକ ପ୍ରସାଦ ମହାଭୋଇ,କରୁଣାକର ଦାସ,ପ୍ରଦୀପ ଦାଶ,ମେଜର ଭରତ ଚନ୍ଦ୍ର ଜେନା ପ୍ରମୁଖ ଅତିଥିମାନେ ଯୋଗଦେଇ ଜାତୀୟ ଜୀବନକୁ ପରିପୃଷ୍ଟ କରିବାରେ ସାଂସ୍କୃତିକ ପର୍ବ ପର୍ବାଣୀ ଗୁଡିକର ମହତ୍ୱପୂର୍ଣ୍ଣ ଅବଦାନ ବିଷୟ ଉଲ୍ଲେଖକରି ଆମ ଜାତିର ସ୍ୱୟଂ ସମୃଦ୍ଧ ଉତ୍ସବ ଗୁଡିକର ପ୍ରଚାର ପ୍ରସାର ମାଧ୍ୟମରେ ଆମର ଉନ୍ନତ ସାମାଜିକ ଓ ସାଂସ୍କୃତିକ ଜୀବନକୁ ଧ୍ୱଂସ ମୁଖକୁ ଦ୍ରୁତ ଗତିରେ ଠେଲି ଦେଉଥିବା ଅସାର ପାଶ୍ଚାତ୍ୟ ସଂସ୍କୃତିର ଅନୁପ୍ରବେଶକୁ ପ୍ରତିହତ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସଂଗଠନର ସମ୍ପାଦକ ଅଧ୍ୟାପକ ଅଜୟ ସାମଲ ସଂଗଠନର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଆଦିକନ୍ଦ ରାଉଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଓ ପଣ୍ଡିତ ପ୍ରତାପ ପତି ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷାବିତ ନିରଞ୍ଜନ ଜେନା,ଶ୍ରୀଚରଣ ସାମଲ,ରବିନ୍ଦ୍ର ପ୍ରସାଦ ଜେନା,ରମଣୀରଞ୍ଜନ ରାଉତରାୟ,ଅବଧୂତ ରାଉତ,ରାଜକିଶୋର ନାୟକ,ପ୍ରତାପ କୁମାର ନାୟକ,ରବିନ୍ଦ୍ର ନାଥ ରଥ,ନୃସିଂହ ଚରଣ ତ୍ରିପାଠୀ,ଭାଗିରଥୀ ଜେନା,ମନୋଜ ଓଝା,ରାମକୃଷ୍ଣ ଦାଶ,ଦିବାକର ମହାନ୍ତି ପ୍ରମୁଖ ବିଭିନ୍ନ ପ୍ରତିଯୋଗୀତାରେ ବିଚାରକ ଭୂମିକା ନିର୍ବାହ କରିଥିଲେ । ବକ୍ତୃତାରେ ସୁଶ୍ରୀ ରେଶ୍ମା ନାୟକ,ଚିତ୍ରାଙ୍କନରେ ଇନ୍ଦିରା ଜେନା,ରଙ୍ଗୋଲିରେ ଗୈାତ୍ତମ ଜେନା,ସଂଗୀତରେ ଚିନ୍ମୟୀ ସାହୁ,ପୁଚିରେ ପ୍ରମିଳା ସ୍ୱାଇଁ ପ୍ରମୁଖ ପ୍ରଥମ ସ୍ଥାନ ହାସଲକରି ଅନ୍ୟ ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କ ସହ ପୁରସ୍କାର ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ