ଚେତନା ସମାଜ ପକ୍ଷରୁ ସଖୀବଟରେ କୁମାରୋତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଚେତନା ସମାଜ ପକ୍ଷରୁ ଓଡିଶାର ଅନନ୍ୟ ଗଣପର୍ବ କୁମାରୋତ୍ସବ ପର୍ଯ୍ୟଟନସ୍ଥଳ ସଖୀବଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବଗଡା, ଭରତପୁର, ଆଇତିପୁର, ଶ୍ୟାମସୁନ୍ଦରପୁର ପ୍ରଭୃତିି ଗ୍ରାମ ପଞ୍ଚାୟତର ଶତାଧିକ ପୁଅ ଝିଅ ସମବେତ ହୋଇ ବିଭିନ୍ନ ପ୍ରକାରର ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସଂଗଠନ ପକ୍ଷରୁ ଆୟୋଜିତ ମୁରୁଜ, ଚିତ୍ରକଳା, ପୁଚି, ସଂଗୀତ ଆଦି ପ୍ରତିଯୋଗିତାରେ ଯଥାକ୍ରମେ ମୋନାଲିସା ଦାସ, ଶ୍ରୀୟା ଶିବାନୀ ବାରିକ, ସ୍ୱପ୍ନା ସୋନାଲି ସ୍ୱାଇଁ, ମୈଥିଳେଶ ସ୍ୱାଇଁ ପ୍ରମୁଖ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ୨ୟ ଓ ୩ୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନେ ମଧ୍ୟ ପୁରସ୍କୃତ ହୋଇଥିଲେ । ପ୍ରତିଯୋଗିତାର ପରେ ପରେ ପ୍ରାଧ୍ୟାପକ ଉପେନ୍ଦ୍ରନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ମୋହନ ଜେନା ମୁଖ୍ୟ ଅତିଥି ଓ ବଗଡା ପଞ୍ଚାୟତର ସରପଞ୍ଚ ସୁବନୀ ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଓଡିଆ ସଂସ୍କୃତିର ମହାନତା ଏବଂ ତାହାକୁ ରକ୍ଷା କରିବା ଓ ଆଗକୁ ନେବାର ଗୁରୁଦାୟିତ୍ୱ ସମ୍ପର୍କରେ ସମବେତ ପ୍ରତିଯୋଗୀ ଓ ଲୋକମାନଙ୍କୁ ଅବଗତ କରାଇଥିଲେ । ସଂଗଠନର ସମ୍ପାଦକ ଅଧ୍ୟାପକ ଅଜୟ ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସମ୍ପାଦକ ଆଦିକନ୍ଦ ରାଉଳ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ ଓ ଅବଧୂତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ଦିବାକର ମହାନ୍ତି, କରୁଣାକର ଦାସ, ଫକୀର ଓଝା, ପ୍ରତାପ କୁମାର ନାୟକ, ଶ୍ରୀଧର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ନିରୂପମା ଦାସ, ଅଜିତ କୁମାର ନାୟକ, ମନୋଜ ଓଝା ପ୍ରମୁଖ ବିଚାରକ ଭୂମିକା ନିର୍ବାହ କରିଥିବାବେଳେ ରାଜକିଶୋର ନାୟକ, ଅମରେନ୍ଦ୍ର ଦାସ, ରଜନିକାନ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।