ଚେତୁନି ପ୍ରଶାସନ
ହାଟଡିହି, ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟା ଓ ଗ୍ରାମବାସୀମାନେ ୬ଦଫା ଦାବିନେଇ ପଞ୍ଚାୟତ ସମ୍ମୁଖରେ ଗତ ୨୮ତାରିଖରୁ ଧାରଣାରେ ବସିବାପରେ ଦୁଇଜଣ ଗ୍ରାମବାସୀ ଆଜିଠାରୁ ଆମରଣ ଅନସନରେ ବସିଛନ୍ତି । । ୧୧ଜଣ ୱାର୍ଡସଭ୍ୟସଭ୍ୟାଙ୍କ ସମେତ ୫୦ରୁ ଉର୍ଦ୍ଧ ଜନସାଧାରଣ ଦୀର୍ଘ ୧୫ଦିନ ଧରି ଧାରଣାରେ ବସିରହିଥିଲେବି ପ୍ରଶାସନ ଧାରଣାସ୍ଥଳକୁ ନଯାଇ ଗ୍ରାମବାସୀଙ୍କ ସହିତ ଆଲୋଚନା ନକରିବାରୁ ପୁର୍ବ ନିଷ୍ପତି ଅନୁଯାଇ ଗ୍ରାମର ବିଶ୍ୱନାଥ ରାଉତ ଓ ପ୍ରଣବ ମହାନ୍ତି ନାମକ ଦୁଇଜଣ ବ୍ୟକ୍ତି ଆମରଣ ଅନସନରେ ବସିଛନ୍ତି । ସେମାନେ ଏନଇ ପୁର୍ବରୁ ସମସ୍ତ ବିଭାଗକୁ ଜଣାଇଥିଲେବି ପୁଲିସ କିମ୍ବା ଡାକ୍ତରଖାନାର କୌଣସି କର୍ମଚାରୀ ଅନସନ ସ୍ଥଳକୁ ଯାଇ ନାହାନ୍ତି । ଆଜି ଅପରାହ୍ନରେ ବିଶ୍ୱନାଥ ରାଉତ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ଏଠାରେ ସୁଚନାଯୋଗ୍ୟ ଯେ ସୋସୋ ପଞ୍ଚାୟତରେ ଲକ୍ଷଲକ୍ଷ ଟଙ୍କାର ସରକାରୀ ଅନୁଦାନକୁ ହରିଲୁଟ କରାଯାଇଥିବାବେଳେ ଏହି ଅନିୟମିତତାର ଭିଜିଲାନସ ତଦନ୍ତ କରାଯାଉ ବୋଲି ଦାବି କରାଯାଇଛି । ଅନ୍ୟ ଦାବି ଗୁଡିକ ଭିତରେ ପଞ୍ଚାୟତର ସରପଞ୍ଚ ଓ ପିଇଓଙ୍କୁ ବହିସ୍କାର କରିବା ସହିତ ସେମାନଙ୍କୁ ଗିରଫ କରାଯାଉ । ସୋସୋ ପଞ୍ଚାୟତର ସ୍ୱାଗତମ ତୋରଣ ନିର୍ମାଣ ନାଁରେ ହୋଇଥିବା ଅନୁଦାନ ଲୁଟର ତଦନ୍ତ କରାଯାଉ, ନୁତନ ଭାବେ ନିର୍ମାଣ କରାଯାଇଥିବା କଂକ୍ରିଟ ରାସ୍ତାର ସମ୍ପୁର୍ଣ୍ଣ ପାଉଣାକୁ ଠିକାଦାର ମାନଙ୍କୁ ପ୍ରଦାନ କରାଯାଉ ଓ ସୋସୋ ପଞ୍ଚାୟତର ସରକାରୀ ଅନୁଦାନ ହରିଲୁଟ ଅର୍ଥକୁ ପଞ୍ଚାୟତ ଖାତାକୁ ପୁର୍ନବାର ଫେରସ୍ତ ଅଣାଯାଉ ଆଦି ଦାବିକରି ଆମରଣ ଅନସନରେ ବସିଛନ୍ତି ।


