ଚୋରଗଡ଼ିଆ ଛକ ନିକଟରେ ଯୁବକକୁ ଛୁରା ମାଡ, ଗୁରୁତର ଅବସ୍ଥାରେ ଡାକ୍ତରଖାନା ରେ ଭର୍ତ୍ତି

ହାତଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର- ଭଦ୍ରକ ରାସ୍ତାର ଚୋରଗଡ଼ିଆ ଛକ ନିକଟରେ ଜଣେ ଯୁବକକୁ ଛୁରା ମାଡ଼ ହୋଇଥିବା ଜଣା ଯାଇଛି। ଖବର ରୁ ଜଣା ଯାଇଛି ଯେ ହାଟଡ଼ିହି ବ୍ଲକ ଅକରୁଆ ପଞ୍ଚାୟତ ଘୋଷରାପଦା ଗ୍ରାମର ଶିଶିର ମହାନ୍ତି ଙ୍କ ସହ ଗ୍ରାମର ରାଜୁଜେନା କୌଣସି କାରଣରୁ ଗତ କିଛିଦିନ ହେଲା ନିୟମିତ ଗାଳି ଗୁଲଜ କରି ଆସୁଛି। ଏପରିକି ତାଙ୍କ ଝିଅକୁ ସ୍କୁଲ ଗଲେ ଧର୍ଷଣ କରିବି, ପୁଅକୁ ମାରିଦେବି, ବଂଶ ଲୋପ କରିଦେବି ବୋଲି କହି ଧମକ ଦେଉଥିଲା। ଶିଶିର ଏନେଇ ଗତ ୭ଦିନ ତଳେ ନନ୍ଦିପଦା ପୁଲିସ ରେ ଅଭିଯୋଗ କରିଥିଲା। ପୁଲିସ ଗତ ୨ଦିନ ତଳେ ଆସି ରାଜୁ ଜେନାକୁ ଡାକି ବୁଝାଇ ସୁଝାଇ ଯାଇଥିଲା। ଆଜି ରାତି ୮ଟା ସମୟରେ ଶିଶିରଙ୍କ ପୁଅ ମନୋଜ ଛେନାପଦି ଛକରୁ ଘରକୁ ଫେରୁଥିବା ସମୟରେ ଚୋରଗଡ଼ିଆ ଛକ ନିକଟରେ ରାଜୁ ଜେନା ଏକ ଛୁରୀରେ ମନୋଜଙ୍କୁ ଆକ୍ରମଣ କରିବା ସହିତ ତାର ପେଟର ବିଭିନ୍ନ ସ୍ଥାନକୁ ଭୂସୀ ଦେଇଛି। ଗୁରୁତର ଅବସ୍ଥାରେ ମନୋଜକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରା ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ