ଚୋରଗଡ଼ିଆ ଛକ ନିକଟରେ ଯୁବକକୁ ଛୁରା ମାଡ ଘଟଣା, ବାପ ପୁଅ ଗିରଫ

ହାଟଡିହି, (ବିକାଶ ବିଶ୍ୱାଳ):ପୂର୍ବ ବିବାଦକୁ ନେଇ ଗତକାଲି ରାତିରେ ଚୋରଗଡ଼ିଆ ଛକ ନିକଟରେ ଜଣେ ଯୁବକକୁ ହୋଇଥିବା ଛୁରା ମାଡ଼ ଘଟଣାରେ ନନ୍ଦିପଦା ପୁଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ସୂଚନାରୁ ଜଣା ଯାଇଛି ଯେ ଅକରୁଆ ପଞ୍ଚାୟତ ଘୋଷରାପଦା ଗ୍ରାମର ଶିଶିର ମହାନ୍ତି ଓ ସେହି ଗ୍ରାମର ପଦ୍ମନାଭ ଯେନାଙ୍କ ପୁଅ ରାଜୁ ଯେନାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଗତ କିଛିଦିନ ହେଲା ରାଜୁ ନିୟମିତ ଭାବେ ଶିଶିର ଓ ତାଙ୍କ ପରିବାର ଲୋକଙ୍କୁ ଗାଳି ଗୁଲଜ କରି ଆସୁଥିଲା। ଏପରିକି ତାଙ୍କ ଝିଅକୁ ସ୍କୁଲ ଗଲେ ଧର୍ଷଣ କରିବି, ପୁଅକୁ ମାରିଦେବି, ବଂଶ ଲୋପ କରିଦେବି ବୋଲି କହି ଧମକ ଦେଉଥିଲା। ଶିଶିର ଏନେଇ ନିଜ ଝିଅକୁ ସ୍କୁଲ ବନ୍ଦ କରିଦେବା ସହ ଗତ ୭ଦିନ ତଳେ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲା। କିନ୍ତୁ ପୁଲିସ ଏହାକୁ ସେତେଟା ଗୁରୁତ୍ୱ ଦେଇ ନଥିଲା। ପୁଲିସ ଗତ ୨ଦିନ ତଳେ ରାଜୁ ଯେନାକୁ ଡାକି ବୁଝାଇ ସୁଝାଇ ଆଉ ଗାଳି ଗୁଲଜ ନ କରିବାକୁ କହି ପଠାଇ ଦେଇଥିଲା। ପୁଲିସରେ ଅଭିଯୋଗ କରିବାକୁ ନେଇ ରାଜୁ ଓ ତାର ବାପା ପ୍ରହଲ୍ଲାଦ ଅଧିକ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଥିଲେ। ଗତକାଲି ରାତି ୮ଟା ସମୟରେ ଶିଶିରଙ୍କ ପୁଅ ଶୈଳଶ୍ରୀ ମହାନ୍ତି (ମନୋଜ) ଛେନାପଦି ଛକରୁ ଘରକୁ ଫେରୁଥିବା ସମୟରେ ଚୋରଗଡ଼ିଆ ଛକ ନିକଟରେ ରାଜୁ ଯେନା ଓ ତାର ବାପା ପ୍ରହଲ୍ଲାଦ ଯେନା ଓ ରାଜୁର ଆଉ ଜଣେ ସମ୍ପର୍କୀୟ ଭାଇ ବବୁଆ ଯେନା ତିନିହେଁ ମିଶି ବିଭିନ୍ନ ମାରଣାସ୍ତ୍ର ରେ ମନୋଜକୁ ଆକ୍ରମଣ କରିବା ସହିତ ତାର ପେଟ ଓ ଛାତିର ବିଭିନ୍ନ ସ୍ଥାନକୁ ଛୁରୀ ଭୂସୀ ଦେଇଥିଲେ। ଏପରିକି ସେ ପିନ୍ଧିଥିବା ସୁନା ଚେନ କୁ ମଧ୍ୟ ଲୁଟି ନେଇଥିଲେ। ପଛେ ପଛେ ଯାଉଥିବା ମନୋଜ ର ବାପା ଶିଶିର ପହଂଚି ଯିବାରୁ ସେମାନେ ମନୋଜ କୁ ଛାଡି ବାଇକ ରେ ପଳାଇଥିଲେ। ଶିଶିରର ପାଟି ଶୁଣି ସ୍ଥାନୀୟ ଲୋକମାନେ ପହଂଚି ମନୋଜକୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିବା ପରେ ସେଠାରୁ କଟକ ସ୍ଥାନାନ୍ତର କରିଥିଲେ। ଏ ନେଇ ଶୈଳଶ୍ରୀର ବାପା ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ନନ୍ଦିପଦା ପୁଲିସ କେଶ ନଂ ୨୦୧/୨୦୨୨ ରେ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର ଜେନା ଓ ତାର ବାପ ପ୍ରହଲ୍ଲାଦ ଜେନାକୁ ଗିରଫ କରି ତଦନ୍ତ ଚଳାଇଛି। ଅନ୍ୟତମ ସହଯୋଗୀ ବବୁଆ ଫେରାର ଥିବାରୁ ଗିରଫ କରିବାରେ ସଫଳ ହୋଇ ପାରିନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ