ବିଭିନ୍ନ ସ୍ଥାନରେ ଗୁରୁ ଦିବସ ପାଳିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକର ବିଭିନ୍ନ ସ୍ଥାନରେ ଆଜି ପବିତ୍ର ଗୁରୁଦିବସ ପାଳିତ ହୋଇ ଯାଇଛି। ଶାସଙ୍ଗ ହାଇସ୍କୁଲରେ ଅନୁଷ୍ଠିତ ଏହି ଉତ୍ସବରେ ଛାତ୍ରଛାତ୍ରୀ ମାନେ ଗୁରୁବନ୍ଦନା ଗାନ କରିବା ସହିତ ଗୁରୁ ମାନଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷକ ନବକିଶୋର ବିଶ୍ବାଳଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ପୂର୍ବତନ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଓଡ଼ିଶାରେ ଗୁରୁ ପରମ୍ପରା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏଥିରେ ଶିକ୍ଷକ ଶିଶିର କୁମାର ବିଶ୍ବାଳ, ରାଧାକୃଷ୍ଣ ପତି, ମାଧବାନନ୍ଦ ଜେନା, ପଦ୍ମଲାଭ ପଣ୍ଡା, ଲଷ୍ମୀକାନ୍ତ ମିଶ୍ର, ଶାନ୍ତନୁ କୁମାର ରାଉତ, ପ୍ରଦୀପ ସ୍ୱାଇଁ ପ୍ରମୁଖ ଯୋଗଦେଇ ଥିଲେ। ରମେଶ ଚନ୍ଦ୍ର ନାୟକ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ସେହିପରି ବଞ୍ଚୋ ବରାହି ହାଇସ୍କୁଲ, ହାଟଡ଼ିହି ହାଇସ୍କୁଲ, ଶାଳଣିଆ ହାଇସ୍କୁଲ, ଢେଙ୍କା ହାଇସ୍କୁଲ, ନନ୍ଦିପଦା ହାଇସ୍କୁଲ, ଓରାଳି ହାଇସ୍କୁଲ, ମୁଗୁପୁର ହାଇସ୍କୁଲ, ବଡ଼ରମ୍ପାସ ହାଇସ୍କୁଲ, ବହାରିପୁର ହାଇସ୍କୁଲ, ଶାସଙ୍ଗ ସରକାରୀ ନୋଡ଼ାଲ ଉପ୍ରା ବିଦ୍ୟାଳୟରେ ମଧ୍ୟ ମହା ଆଡମ୍ବର ସହକାରେ ଗୁରୁଦିବସ ପାଳିତ ହୋଇ ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ