ଚୋରା ଦେଶୀମଦ ଜବତ ୩ଗିରଫ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଅବକାରୀ ବିଭାଗ ମାର୍ଶାଘାଇ ଥାନା ଅନ୍ତର୍ଗତ ଟିକିରୀ ଠାରେ ଅତର୍କିତ ଚଢାଉକରି ଭିନ୍ନ ଭିନ୍ନ ସ୍ଥାନରୁ ୫୦ଲିଟର ଦେଶୀ ରନ୍ଧା ମଦ ଜବତ କରିଛି । ଅବକାରୀ ବିଭାଗ ଇନିସପେକ୍ଟର ରଜତ କୁମାର ପ୍ରହରାଜଙ୍କ ନିର୍ଦେଶ କ୍ରମେ ସବଇନିସପେକ୍ଟର ସରୋଜ କୁମାର ବାଗଙ୍କ ନେତୃତ୍ୱରେ ୫ଜଣିଆ ଟିମ ଗଠନ କରାଯାଇ ମାର୍ଶାଘାଇର ଟିକିର ଠାରେ ଚଢାଉ କରାଯାଇ ରଞ୍ଜନ ବେହେରା, ନମିତା ମଳିକଙ୍କ ଠାରୁ ୪୦ ଲିଟର ଏବଂ ମାନସ ସାହୁଙ୍କ ଠାରୁ ୧୦ଲିଟର ଦେଶୀମଦ ଜବତ କରିବାରେ ସଫଳ ହୋଇଛନ୍ତି । ଏହି ସମସ୍ତ ଅଭିଯୁକ୍ତଙ୍କୁ ବେଆଇନ ମଦ କାରବାରରେ ସଂପୃକ୍ତ ଥିବା ଦର୍ଶାଇ କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ