ଚୋରା ମଦବ୍ୟବସାୟକୁ ନେଇ ମହିଳା ଓ ମଦବେପାରୀ ମୁହାଁମୁହିଁ  

ହାଟଡିହି,(ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଗେଡମା ବଜାରରେ ଚୋରା ମଦକାରବାରକୁ ନେଇ ମହିଳାଗୋଷ୍ଠୀ ଓ ମଦ ମାଫିଆଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ଗତ ଗତ କିଛିଦିନ ହେଲା ଗେଡମା ବଜାରରେ ଚୋରା ମଦକାରବାର ବୃଦ୍ଧି ପାଇବାରେ ଲାଗିଛି । କିଛି ମଦମାଫିଆ ଖୁଲାମଖୁଲା ଏହି ମଦ ବ୍ୟବସାୟ କରୁଥିବାରୁ ସାଧାରଣ ଲୋକମାନେ ସନ୍ଧ୍ୟା ହେଲେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ଗତକାଲି ସନ୍ଧ୍ୟାରେ ଏହାକୁନେଇ କିଛି ମହିଳା ବିରୋଧ କରିବା ସହିତ ହାତରେ ଠେଙ୍ଗା ବାଡି ଧରି ମଦ ଦୋକାନକୁ ବନ୍ଦ କରିବାରୁ ମଦ ମାଫିଆଙ୍କ ସହିତ ତାଙ୍କର ମୁହାଁ ମୁହିଁ ହୋଇଥିଲା । ମହିଳାମାନେ ଦୋକାନ ଭାଙ୍ଗି ମଦଜବଦ କରିବାକୁ ଚେଷ୍ଟା କରୁଥିବାବେଳେ ମାଫିଆମାନେ ଏହାକୁ ବିରୋଧ କରି ମହିଳା ମାନଙ୍କ ସହ ପାଟିତୁଣ୍ଡ କରୁଥବବା ଦେଖାଯାଇଥିଲା । ଦୀର୍ଘ ସମୟଧରି ଗେଡମା ହାଇସ୍କୁଲ ଛକ ବଜାରରେ ପାଟିତୁଣ୍ଡ ଲାଗି ରହିବାରୁ ଲୋକଙ୍କ ଭିଡ ମଧ୍ୟ ଜମିଥିଲା । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚିବାପରେ ଲୋକମାନେ ଯେ ଯୁଆଡେ ପଳାଇଥିଲେ । ପୁଲିସ କିଛିସମୟ ରହି ମହିଳା ଗୋଷ୍ଠୀଙ୍କ ଠାରୁ ଚୋରା ମଦବ୍ୟବସାୟୀଙ୍କ ନାମ ସଂଗ୍ରହ କରିଥିଲା । ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ମହିଳା ମାନଙ୍କୁ ପ୍ରତିଶୃତି ଦେଇଥିଲା । ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ସେପରି କୌଣସି ଆଖିଦୃଷିଆ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଏପରି ଚୋରା ମଦମାଫିଆ ମାନେ ସେମାନଙ୍କ କାୟା ବିସ୍ତାର କରିଚାଲିଛନ୍ତି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି । ସନ୍ଧ୍ୟାହେଲେ ଦୁରଦୁରାନ୍ତରୁ ମଦ୍ୟପ ମାନେ ଆସି ଏଠାରେ ଆଡା ଜମାଉଛନ୍ତି । ଯଦି ଅବକାରୀ ବଭାଗ କିମ୍ବା ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆନଯାଏ ତେବେ ମହିଳାମାନେ ଆଇନିକୁ ହାତକୁ ନେବାକୁ ବାଧ୍ୟ ହେବେ ବୋଲି ମୁକ୍ତା କାଣ୍ଡି, ସୁପ୍ରଭା ଦାସ, ଦିପ୍ତୀଲତା ଦାସ, ମିନାରାଣୀ ପଣ୍ଡା, ରାହାସ ଦାସ, ଲକ୍ଷ୍ମୀ ଜେନାଙ୍କ ସମେତ କସ୍ତୁରୀବା ମହାସଂଘର ସମସ୍ତ ସଦସ୍ୟା ମାନେ ଚେତାବନୀ ଦେଇଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଏହି ଗେଡମା ଅଞ୍ଚଳରେ ପ୍ରଚୁର ମଦବ୍ୟବସାୟ ଚାଲୁଥିବାବେଳେ ମହିଳା ଗୋଷ୍ଠୀର ସଦସ୍ୟ ମାନେ ଦୀର୍ଘଦିନ ଧରି ଆନ୍ଦୋଳନ ଘେରାଉ, ମଦ ଜବଦ ଭଳି ପଦକ୍ଷେପ ନେବାପରେ ମଦ ବିକ୍ରୀ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା । ଗତ କିଛିଦିନ ହେଲା ପୁନଶ୍ଚ ଗେଡମା ବଜାରରେ ଚୋରା ମଦକାରବାର ବୃଦ୍ଧି ପାଇବାରେ ।ଗିଛି । କିଛି ମଦମାଫିଆ ଖୁଲାମଖୁଲା ଏହି ମଦ ବ୍ୟବସାୟ କରୁଥିବାରୁ ସାଧାରଣ ଲୋକମାନେ ସନ୍ଧ୍ୟା ହେଲେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ଏପରିକି ଅନେକ ସମୟରେ ଆଇନି ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ